ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତ ବ୍ୟକ୍ତି କରୋନା ପ୍ରଭାବିତ ଦେଶରୁ ଫେରିଥିବା ସୂଚନା ।

ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ । ସଂକ୍ରମିତ ବ୍ୟକ୍ତି କରୋନା ପ୍ରଭାବିତ ଦେଶରୁ ଫେରିଥିବା ସୂଚନା ।

କନକ ବ୍ୟୁରୋ : ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ଭୁବନେଶ୍ୱର ଆରଏମଆରସି ସେଣ୍ଟରରେ ପରୀକ୍ଷା କରାଯାଇଥିବା ୧୪ଟି ନମୁନାରୁ ଗୋଟିଏ ପଜିଟିଭ୍ ଆସିଥିବା ଜଣାପଡିଛି । ସଂକ୍ରମିତ ବ୍ୟକ୍ତି କରୋନା ପ୍ରଭାବିତ ଦେଶରୁ ଫେରିଥିବା ଜଣାପଡିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ ।

ଏହାପୂର୍ବରୁ ଓଡ଼ିଶାରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଛି । ଏପରିକି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର । ଆଉ ଏଭଳି ସ୍ଥିତିରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe