ବାଗଚୀଙ୍କ ମୁହଁରେ ବାଘ ମାମୁ ଗପ । ଗୀତଗୋବିନ୍ଦ ସଦନରେ ଗପ କହିଲେ ସୁବ୍ରତ ବାଗଚୀ । କରୋନା ରିପୋର୍ଟ ଦେଲା ବେଳେ କାହିଁକି ଖୋଲିଲେ ଗପର ପେଡି...?

Advertisment
ସୁବ୍ରତ କହିଲେ ସାଆନ୍ତେଙ୍କ ସ୍ନାନଯାତ୍ରା କାହାଣୀ । ସଚେତନତା ପାଇଁ ମହାପ୍ରଭୁଙ୍କ ୧୪ ଦିନିଆ ଅଣସର କଥା ଅବତାରଣା କଲେ, ସଙ୍ଗରୋଧ ପାଇଁ ଆହ୍ୱାନ ଦେଲେ ସୁବ୍ରତ ବାଗଚୀ

କନକ ବ୍ୟୁରୋ: ବାଗଚୀଙ୍କ ମୁହଁରେ ବାଘ ମାମୁ ଗପ । ସାମ୍ବାଦିକ ସମ୍ମିଳନୀରେ ବାଘ ଗପ କହିଲେ ସୁବ୍ରତ ବାଗଚୀ । ଲୋକଙ୍କୁ ସଚେତନ ଓ ସତର୍କ କରିବା ପାଇଁ ଗପର ସାହାରା ନେଲେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ତେବେ କରୋନା ନେଇ ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ରିପୋର୍ଟ ଦେଉଥିବା ବେଳେ ବାଘ ମାମୁ ଏବଂ ଛୋଟ ପିଲାର ଗପ କହି ସଙ୍କଟ ସମୟରେ କେମିତି ମୁକାବିଲା କରିହେବ ଆଉ କେଉଁ ପଦକ୍ଷେପ ଆପଣାଇଲେ ପ୍ରତିପକ୍ଷଙ୍କୁ ହରାଇ ହେବ ସେସବୁକୁ ପ୍ରାଞ୍ଜଳ ଭାବରେ ବୁଝାଇବାକୁ ‘ବାଘ ମାମୁ’ ଗପର ସାହାଯ୍ୟ ନେଇଥିଲେ ସୁବ୍ରତ ।

ତେବେ ଗୀତଗୋବିନ୍ଦ ସଦନରେ ଆଜି ସାମ୍ବାଦିକ ସମ୍ମିଳନୀରେ କରୋନା ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ ସୁବ୍ରତ । କରୋନା ଉପରେ ସବୁ ତଥ୍ୟ ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କୁ ଜଣାଇବା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିଲା । ଆଉ ଏତିକି ବେଳେ ଜଣେ ବ୍ୟକ୍ତିଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ଗପ କହିଥିଲେ ସୁବ୍ରତ ।

publive-image

ତେବେ କରୋନା ନେଇ ଓଡିଶାବାସୀଙ୍କୁ ଆତଙ୍କିତ କରାଯାଉଛି କି ? ବୋଲି ଉକ୍ତ ବ୍ୟକ୍ତି ଜଣଙ୍କ ବାଗଚୀଙ୍କୁ ପ୍ରଶ୍ନ କରିଥିଲେ । ଆଉ ତାଙ୍କୁ ଉତ୍ତରରେ ବୁଝାଇବାକୁ ଯାଇ ବାଘ ମାମୁ ଗପର ପେଡି ଖୋଲିଥିଲେ ବାଗଚୀ । ରାସ୍ତାରେ ଛୋଟ ପିଲାଟିକୁ କେମିତି ବାଘ ଖାଇବା ପାଇଁ ଆସୁଥିବା ବେଳେ ପିଲାଟି ନିଜ ଉପସ୍ଥିତ ବୁଦ୍ଧି ଖଟାଇ ବାଘ କବଳରୁ ଖସି ଯାଇଥିଲା ସେହି ଗପ କହି କରୋନାର ମୁକାବିଲା ପାଇଁ ସମସ୍ତେ କେମିତି ସମୟ ପୂର୍ବରୁ ସଚେତନ ହେବେ ଆଉ ସବୁ ପ୍ରସ୍ତୁତି ଶେଷ କରିବେ ସେନେଇ ରାଜ୍ୟବାସୀଙ୍କୁ ଗପ ମାଧ୍ୟମଧ୍ୟରେ ଆହ୍ୱାନ ଦେଇଛନ୍ତି ବାଗଚୀ ।

ଯେଉଁ ଜିନିଷର ପ୍ରତିକାର ନାହିଁ ତାହାର ପ୍ରତିରୋଧ କରିହେବ । ତେଣୁ ସାଢେ ୪ କୋଟି ଓଡିଆଙ୍କୁ ଭୟଭୀତ କରିବାକୁ ନୁହେଁ ସତର୍କତା ଭିତରେ ସଚେତନ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ସୁବ୍ରତ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe