କନକ ବ୍ୟୁରୋ: ଚିନ୍ତା ବଢାଉଛି ୩ ଜିଲ୍ଲା । ଆଜି ଚିହ୍ନଟ ହୋଇଥିବା ୧୫ ଶହ ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା ଓ କଟକରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୪୯୧, ଖୋର୍ଦ୍ଧାରୁ ୨୨୩ ଓ କଟକରୁ ୧୩୬ ପଜିଟିଭ ରହିଛନ୍ତି । ଗଞ୍ଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ଅତିକ୍ରମ କରିଥିବାବେଳେ ମୃତ୍ୟୁସଂଖ୍ୟା ୮୨ ରହିଛି । ଖୋର୍ଦ୍ଧାରେ ନୂଆ ୨୨୩ ପଜିଟିଭ ସହ ମୋଟ ଆକ୍ରାନ୍ତ ଅଛନ୍ତି ୩ ହଜାର ୨ ଶହ ୬୦ । ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢାଇଛି । କଟକରେ ବି ଆଜି ୧୩୬ ନୂଆ ପଜିଟିଭ ସହ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଶହ ୨୫ରେ ପହଂଚିଛି । ଜିଲ୍ଲାରେ ବର୍ତମାନ ସୁଦ୍ଧା ୧୦ ଜଣ ପ୍ରାଣ ହରାଇଲେଣି ।
ଅନ୍ୟପକ୍ଷରେ, ରାଜ୍ୟର ୨୮ ଜିଲ୍ଲାରୁ ଆଉ ୧୫୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୨୬ ହଜାର ୮୯୨କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ସର୍ବାଧିକ ୪୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଦା ଜିଲ୍ଲାରୁ ୨୨୩, କଟକରୁ ୧୩୬, କନ୍ଧମାଳରୁ ୭୩, ଗଜପତିରୁ ୭୩, ରାୟଗଡାରୁ ୬୮, ସୁନ୍ଦରଗଡରୁ ୫୭, ଯାଜପୁରରୁ ୫୧, କେନ୍ଦୁଝରରୁ ୪୩, ଢ଼େଙ୍କାନାଳରୁ ୩୨, କୋରାପୁଟରୁ ୩୪, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ ୨୮, ଭଦ୍ରକରୁ ୨୫, ବରଗଡରୁ ୨୩, ବଲାଙ୍ଗୀରରୁ ୨୧, ବାଲେଶ୍ୱରରୁ ୧୯, ସମ୍ବଲପୁରରୁ ୧୭ , କଳାହାଣ୍ଡି ,ଝାରସୁଗୁଡା ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ରାଜ୍ୟରେ ଆଉ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟିଛି ।