ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା: ଅର୍ଥବ୍ୟବସ୍ଥା ନେଇ ଚିନ୍ତା କରିବାର ନାହିଁ...ଯେଉଁଠି ସବୁଠୁ ଅଧିକ ରହିଛି କରୋନା ମାମଲା, ସେଠାରେ ଜାରି ରହୁ ଲକଡାଉନ କଟକଣା

Advertisment
ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା: ଅର୍ଥବ୍ୟବସ୍ଥା ନେଇ ଚିନ୍ତା କରିବାର ନାହିଁ...ଯେଉଁଠି ସବୁଠୁ ଅଧିକ ରହିଛି କରୋନା ମାମଲା, ସେଠାରେ ଜାରି ରହୁ ଲକଡାଉନ କଟକଣା

କନକ ବ୍ୟୁରୋ: କରୋନା ଭାଇରସ ମହାମାରୀ ସଙ୍କଟ ମଧ୍ୟରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଦେଶରେ ଜାରି ରହିଥିବା ତାଲାବନ୍ଦ କଟକଣାକୁ ପ୍ରତ୍ୟାହାର କରିବା ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ତେବେ ଦେଶରେ ଲକଡାଉନ ଅବଧି ବୃଦ୍ଧି କରିବା ପ୍ରସଙ୍ଗରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମତାମତ ନେଇଥିଲେ ମୋଦି । ଏଥିସହ ବୈଠକ ଶେଷ ପରେ ମୋଦି କହିଛନ୍ତି ଯେ, ରାଜ୍ୟ ସରକାର ଏହାର ନୀତି ପ୍ରସ୍ତୁତ କରିବା ଉଚିତ ଏବଂ ପରିସ୍ଥିତିକୁ ନଜରରେ ରଖି ନିଜ ନିଜ ଅଂଚଳରେ ତାଲାବନ୍ଦ କଟକଣା କୋହଳ କରିବାର ନିଷ୍ପତି ନେଇପାରିବେ ଏବଂ ତିନୋଟି ଜୋନରେ ତଥା ରେଡ୍, ଗ୍ରୀନ୍ ଏବଂ ଅରେଂଜ ଜୋନରେ ନିଜ ନିଜ ଅଂଚଳକୁ ବିଭକ୍ତ କରି ଏଠାରୁ କଟକଣା କୋହାଳ କରିପାରିବେ । ସେହିଭଳି ଯେଉଁ ରାଜ୍ୟରେ ଅଧିକ ମାମଲା ଅଛି ସେଠାରେ ଲକ୍ଡାଉନ୍ ଜାରି ରହିବ ଏବଂ ଯେଉଁଠାରେ କମ୍ ମାମଲା ଅଛି ସେହି ଜିଲ୍ଲାଗୁଡିକରେ ତାଲାବନ୍ଦ କଟକଣା କୋହଳ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ, କରୋନା ଭାଇରସ ସଙ୍କଟ ଯୋଗୁଁ ମେ ୩ ତାରିଖ ପର୍ଯ୍ୟନ୍ତ ଦେଶର ତାଲାବନ୍ଦ କଟକଣା ଜାରି କରାଯାଇଛି । ଯାହାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଗାମୀ ରଣନୀତି ବିଷୟରେ ଆଲୋଚନା କରିଥିଲେ। ଏଥିରେ ଅନେକ ରାଜ୍ୟ ଲକଡାଉନ କଟକଣା ଜାରି କରିବା ସହ ପ୍ରଭାବିତ ଅଂଚଳରେ ପର୍ଯ୍ୟାୟକ୍ରମେ ତାଲାବନ୍ଦ କଟକଣା ଲାଗୁ ଏବଂ କୋହଳ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe