କରୋନା ସଙ୍କଟ ନେଇ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ରାଜ୍ୟଗୁଡିକ ନେଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବେ । ଏହାଛଡା କେନ୍ଦ୍ର ନେଇଥିବା ବିଭିନ୍ନ ପଦକ୍ଷେପ ନେଇ ସୂଚନା ଦେବେ । ଦିନ ୧୧ ଟାରେ ଏହି ଭିଡିଓ କନଫରେନ୍ସିଂ ହେବ । ଏହା ପୂର୍ବରୁ ବିଭିନ୍ନ ସେକ୍ଟରର ପ୍ରତିନିଧିଙ୍କ ସହ କରୋନା ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିସାରିଛନ୍ତି । କରୋନା ନେଇ ପ୍ରଧାନମନ୍ତ୍ରୀ ଦୁଇଥର ଦେଶବାସୀଙ୍କୁ ସମ୍ବୋଧିତ କରିସାରିଛନ୍ତି । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ନେଇ ବି ଟିପ୍ସ ଦେଇସାରିଛନ୍ତି ।
କରୋନାକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକ : ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ କରିବେ ଆଲୋଚନା ।
/kanak/media/post_attachments/wp-content/uploads/2020/04/716c2912b3f0b655a51bfdc0ff679ec3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)