ଓଡିଶାର ଖୁଚୁରା ବ୍ୟବସାୟ ଉପରେ ଲକ୍ ଡାଉନର ବଡ ମାଡ । ଦୈନିକ ୪ଶହ କୋଟିରୁ ୨୦ କୋଟିକୁ ଖସିଛି ଖୁଚୁରା କାରବାର, ପେଟ୍ରୋଲ ଓ ଡିଜେଲ ବିକ୍ରୀରେ ମଧ୍ୟ ୮୫ ପ୍ରତିଶତ ହ୍ରାସ ।

1,417

କନକ ବ୍ୟୁରୋ: ଲକଡାଉନର ସାତ ଦିନ ପରେ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସାୟ ଉପରେ ବଡ ପ୍ରଭାବ ପଡିଛି । ତାଲା ବନ୍ଦ ପୂର୍ବରୁ ଓଡିଶାରେ ଖୁଚୁରା ବଜାରରେ ଦୈନିକ ପ୍ରାୟ ୪ଶହ କୋଟୁ ଟଙ୍କାର କାରବାର ହେଉଥିଲା । ଏବେ ଏହାକ ମାତ୍ର ୨୦ ରୁ ୨୫ କୋଟି ଟଙ୍କାକୁ ଖସି ଆସିଛି । ବ୍ୟବସାୟୀ ସଂଘ ଏଥିରେ ଚିନ୍ତା ପ୍ରକଟ କରି କହିଛି, ବର୍ତମାନ ଅବସ୍ଥାରେ ବ୍ୟବସାୟୀ ମାନେ ଘୋର କ୍ଷତି ସହୁଛନ୍ତି ।

ସବୁଠାରୁ ବଡ଼ କଥା ହେଲା, ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ଏବେ କେବଳ ତେଜରାତି ବା ଗ୍ରୋସରୀ ଦୋକାନ ଖୋଲା ରହୁଛି । ପ୍ରତ୍ୟକ ଦିନ ପ୍ରାୟ ୧୦ ରୁ ୧୫ କୋଟି ଟଙ୍କା ରିଟେଲର ମାନଙ୍କର କ୍ଷତି ହେଉଛି । ସେମାନେ ଏନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଅବଗତ କରିବେ ବୋଲି କହିଛନ୍ତି ।

ସେପଟେ ଲକଡାଉନ କାରଣରୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ମଧ୍ୟ ବଡ ଧରଣର ପ୍ରଭାବ ପଡିଛି । ତାଲା ବନ୍ଦ ପରେ ପେଟ୍ରୋଲ ଓ ଡିଜେଲ ବିକ୍ରି ପ୍ରାୟ ୮୫ ପ୍ରତିଶତ ହ୍ରାସ ପାଇଛି । ଆଉ ୧୪ ଦିନ ବାକି ରହିଥିବାରୁ ପେଟ୍ରୋଲ ବିକ୍ରି ଆହୁରି କମିବାର ଆଶଙ୍କା କରାଯାଉଛି । କିନ୍ତୁ ଅନ୍ତରାଜ୍ୟ ବାଣିଜ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଚଳ ପ୍ରଚର ହେବା ପରେ ଗତ ଦୁଇ ଦିନ ହେଲା ଡିଜେଲ ବିକ୍ରି ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି ଉକ୍ରଳ ପେଟ୍ରୋଲିୟମ ଡିଲର ଆସୋସିଏସନ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ।