କରୋନା: ଅସ୍ତବ୍ୟସ୍ତ ଆମେରିକା । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସହଯୋଗ ମାଗିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସି କ୍ଲୋରୋକୁଇନ ଟାବଲେଟ୍ ଯୋଗାଇଦେବାକୁ କଲେ ଅନୁରୋଧ

5,599

କନକ ବ୍ୟୁରୋ: ବିଶ୍ୱରେ କରୋନାର ପ୍ରକୋପ ବଢି ବଢି ଚାଲିଛି । ଆଉ ଏବେ ସବୁଠାରୁ ଅଧିକ ଆକ୍ରାନ୍ତ ରହିଛନ୍ତି ଆମେରିକାରେ । କରୋନା ସଂକ୍ରମଣରେ ଆମେରିକାରେ ପ୍ରାୟ ୮ହାଜର ଲୋକ ପ୍ରାଣ ହରାଇଥିବା ବେଳେ ୩ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

କରୋନା ଚିକିତ୍ସାରେ ବ୍ୟବହାର ହେଉଥିବା ହାଇଡ୍ରୋକ୍ସି -କ୍ଲୋରୋକ୍ୱିନ ଔଷଧ ଯୋଗାଇଦେବା ପାଇଁ ଭାରତକୁ ଅନୁରୋଧ କରିଛି ଆମେରିକା । ଟ୍ରମ୍ପ କହିଛନ୍ତି, ଭାରତରେ ଏହି ଔଷଧ ଅଧିକ ଉତ୍ପାଦନ ହୋଇଥାଏ । ଏବଂ କରୋନା ଚିକିତ୍ସାରେ ଏହି ଔଷଧ ଅଧିକ ବ୍ୟବହାର ହେଉଥିବାରୁ ଭାରତ ଏହା ଯୋଗାଇଦେଉ ବୋଲି ଅନୁରୋଧ କରିଛନ୍ତି ଟ୍ରମ୍ପ । ଭାରତ ଏହି ଔଷଧ ପଠାଇଲେ ଆମେରିକା ଭାରତର ଋଣି ହୋଇରହିବ ବୋଲି କହିଛନ୍ତି ଟ୍ରମ୍ପ ।