ଆମେରିକାରେ ଅଣାୟତ କରୋନା: ହସ୍ପିଟାଲର ଶବ ଗୃହରେ ନାହିଁ ଜାଗା, ଶ୍ମଶାନର ଚାରିଆଡେ କେବଳ ଶବ ହିଁ ଶବ ।

14,559

କନକ ବ୍ୟୁରୋ: ମନେ କରନ୍ତୁ ଡ୍ୟୁଟି କରୁ କରୁ ଆପଣଙ୍କ ନିଦ ଲାଗି ଯାଇଛି । ଆଉ ନିଦ ଭାଙ୍ଗିଲା ପରେ ଆପଣ ଦେଖୁଛନ୍ତି, ଆପଣଙ୍କ ଚାରିଆଡେ ବିଛାଡି ହୋଇ ପଡ଼ିଛି ଶହ ଶହ ଶବ । ସେତେବେଳେ ଆପଣଙ୍କ ଅବସ୍ଥା କ’ଣ ହେବ । ଠିକ୍ ଏମିତ ଏକ ସ୍ଥିତିର ଅନୁଭବ କରିଛନ୍ତି ଆମେରିକାର ନ୍ୟୁୟର୍କ ସହରରେ ଶବ ସକ୍ରାର ଦାୟିତ୍ୱରେ ଥିବା ଜଣେ ଅଧିକାରୀ ।

ଆମେରିକାର ସବୁଠୁ ଆଭିଯାତ୍ୟ ସଂପନ୍ନ ସହର କୁହାଯାଉଥିବା ନ୍ୟୁୟର୍କ ଏବେ ଯେମିତି ଏକ ସ୍ମଶାନ ପାଲଟି ଯାଇଛି । ହସ୍ପିଟାଲର ଶବଗୃହରେ ସ୍ଥାନ ନାହିଁ, ଶ୍ମଶାନର ଚାରିଆଡେ କେବଳ ଶବ ହିଁ ଶବ । ଏମିତ କି ଗାଡ଼ିରେ ବୋଝେଇ ହୋଇ ଆସୁଛି ଶହ ଶହ ଶବ । ଏତେ ସଂଖ୍ୟକ ଶବ ଆସି ଶ୍ମଶାନ ପହଂଚୁଛି ଯେ, ଶବ ସକ୍ରାର କରିବା ବି ବି ସଂଭବ ହେଉନି । କରୋନା ଯୋଗୁଁ ପ୍ରତି ୨ ମିନିଟରେ ଜଣଙ୍କର ମୃତ୍ୟୁ ହେଉଛି । ନ୍ୟୁୟର୍କର୍ ସହରରେ ପ୍ରତିଦିନ ଯେତେ ଲୋକଙ୍କ ମୃତ୍ୟୁ ହୁଏ, ତାହା ଆଜିର ଦିନରେ ୪ ଗୁଣା ବଢ଼ିଯାଇଛି । ପ୍ରତିଦିନ ୮ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି । କରୋନା ଯୋଗୁଁ ଏତେ ସଂଖ୍ୟାରେ ଲୋକ ମୃତ୍ୟୁ ବରଣ କରୁଛନ୍ତି ଯେ, ସେମାନଙ୍କ ସଂସ୍କାର କରିବା ସଂଭବ ହେବନି । ବାଧ୍ୟ ହୋଇ ଶବ ଗୁଡ଼ିକୁ ଅନ୍ୟ ସହରକୁ ନେଇଯିବା ପାଇଁ ଅନୁରୋଧ କରାଯାଉଛି ।

ଏପରିକି ଅନେକ ଲୋକ ଘର ଅଗଣାରେ, ହସ୍ପିଟାଲ ଅଗଣାରେ ମୃତଦେହକୁ ପୋତି ଦେଉଛନ୍ତି । ଫ୍ୟୁନେରାଲ୍ ଡାଇରେକ୍ଟର ବା ଶବ ସକ୍ରାର ଦାୟିତ୍ୱରେ ଥିବା ନିର୍ଦ୍ଦେଶକ କୌଣସି ଉପାୟ ନପାଇ ସହରରୁ ପ୍ରାୟ ୩ଶହ କିଲୋମିଟର ଦୂରରେ ଏକ ଅସ୍ଥାୟୀ ଶ୍ମଶାନର ବ୍ୟବସ୍ଥା କରିଛନ୍ତି । ଯାହା ଫଳରେ ଶବ ଗୁଡ଼ିକର ଅନ୍ତିମ ସଂସ୍କାର କରାଯାଇପାରିବ । ସ୍ଥିତି ଏମିତି ହୋଇଛି ଯେ, ଶବ ଘୋଡେଇ ରଖିବା ପାଇଁ ଆବଶ୍ୟକ ହେଉଥିବା କପଡ଼ା କିମ୍ବା ପଲିଥିନ୍ ମଧ୍ୟ ସଂକଟ ପଡ଼ିଛି । ଦାୟିତ୍ୱରେ ଥିବା ଜଣେ ଅଧିକାରୀ କହିଛନ୍ତି, ଶବ ସକ୍ରାର ଅପେକ୍ଷା ଲୋକଙ୍କ ମୃତ୍ୟୁ ଆହୁରୀ ଦ୍ରୁତବେଗରେ ହେଉଛି । ଅର୍ଥାତ୍ ଗୋଟିଏ ଶବର ସକ୍ରାର ହେବା ପୂର୍ବରୁ ଆଉ ଗୋଟିଏ ଶବ ସକ୍ରାର ପାଇଁ ପହଂଚିଯାଉଛି ।

ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି, ଶବ ସକ୍ରାର କରିବା ପାଇଁ ଯେତିକି ଲୋକ ନିୟୋଜିତ ହୋଇଛନ୍ତି, ତାଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏହି ରିପୋର୍ଟ ହିଁ ବୟାନ କରୁଛି, ଆମେରିକାର ନ୍ୟୁୟର୍କ ସହରରେ ମୃତ୍ୟୁର ତାଣ୍ଡବ ଯେଉଁ ରୁପ ନେଉଛି । ଇଟାଲୀର ମୃତ୍ୟୁ ଉପତ୍ୟକାର ପୁରନାବୃତି ଆମେରିକାର ନ୍ୟୁୟର୍କ ସହରରେ ଏବେ ଦେଖିବାକୁ ମିଳୁଛି । ଚାରିଆଡେ ହାହାକାର । ହେଲେ ଲୋକ ବି ନାଚାର । କାରଣ, ଲୋକଙ୍କ ଜୀବନ ଏମିତି ଶତ୍ରୁ ଜୀବନ ନେଉଛି ଯାହାର ସିଧାସଳଖ ମୁକାବିଲା କରିବା ପାଇଁ କାହା ପାଖରେ ଉପଚାର ନାହିଁ ।