କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ସବୁ ଜିଲ୍ଲାର ସିଡିଏମଓଙ୍କ ସହ ଆଲୋଚନା କଲେ ସ୍ୱାସ୍ଥ୍ୟ ସଚିବ । ଭାଇରସ ପାଇଁ ସବୁ ଜିଲ୍ଲାରେ ହେବ ସ୍ୱତନ୍ତ୍ର ୱାର୍ଡ

274

କନକ ବ୍ୟୁରୋ: କରୋନା ଭୂତାଣୁର କେମିତି ମୁକାବିଲା କରାଯିବ ସେନେଇ ସରକାର ସତର୍କ । ଆଜି ସମସ୍ତ ଜିଲ୍ଲାର ସିଡିଏମଓଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟ ସଚିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସୋସେଲନ ଫ୍ୱାର୍ଡର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ । ତେବେ ଚୀନରୁ ଫେରିଥିବା କାକଟପୁର ଯୁବକଙ୍କ ସ୍ୱାସ୍ଥ୍ୟ ସାମାନ୍ୟ ରହିଛି ଏବଂ ତାଙ୍କ ଠାରେ କରୋନା ଭୂତାଣୁ ନଥିବା ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଭୟଭୀତ ହେବା ଦରକାର ନାହିଁ । ସରକାର ଏହା ଉପରେ ନଜର ରଖିଛନ୍ତି । କିଟ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ।

ତେବେ କରୋନା ଭୂତାଣୁର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ଆଜି ସବୁ ଜିଲ୍ଲାର ସିଡିଏମଓଙ୍କ ସହିତ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟ ସଚିବ । କରୋନାର ମୁକାବିଲା କରିବା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମେତ ସମସ୍ତ ଜିଲ୍ଲା ମେଡିକାଲରେ ଆଇସୋଲେସନ ୱାର୍ଡର ବ୍ୟବସ୍ଥା କରାଯାଇଛି । ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା ହୋଇଛି । ବିଶେଷ କରି ବିମାନ ଆସିବା ସମୟରେ ଚେକିଂ କରାଯାଉଛି । ତେବେ ମାସେ ମଧ୍ୟରେ ଯଦି କେହି ଚାଇନା ଯାଇନାହାନ୍ତି କିମ୍ବା ଚାଇନା ଲୋକଙ୍କ ସଂସ୍ପର୍ଶରେ ଆସିନାହାନ୍ତି, ତେବେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।

ଚୀନରୁ ଫେରିଥିବା କାକଟପୁର ଯୁବକଙ୍କ ଶରୀରରୁ କେବଳ ଥଣ୍ଡା ଲକ୍ଷଣ ଛଡା ଅଧିକ କିଛି ମିଳିଲା ନାହିଁ । କୌଣସି ଓøଷଧ ନଥିବାରୁ ଏ ନେଇ ପ୍ରତିଷେଧମୂଳକ ଭାବେ ସତର୍କ ରହିବାକୁ ପଡିବ ବୋଲି ସ୍ୱାସ୍ଥ୍ୟସଚିବ କହିଛନ୍ତି । ତେବେ ସନ୍ଦେହପୂର୍ଣ୍ଣ କେସକୁ ପୁନେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲଜିକୁ ପଠାଯିବ । ତା ପରେ ତାଙ୍କୁ ଏସସିବି ଏବଂ ଭିମସାରରେ ଅବଜରଭେସନ ୱାର୍ଡରେ ରଖାଯିବ ।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଭୟଭୀତ ହେବାର କିଛି ନାହିଁ । କିଟ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି । ରାଜ୍ୟ ସରକାର ଏ ଦିଗରେ ସଜାଗ ଅଛନ୍ତି । ଆବଶ୍ୟକତା ଅନୁସାରେ ପଦକ୍ଷେପ ନିଆଯାଉଛି । ତେବେ ଆଜି ସୁଦ୍ଧା ୧୨ଟି ଦେଶରୁ ୪ ହଜାର ୫୬୫ଟି କରୋନାରେ ସଂକ୍ରମିତ ପଜଟିଭ କେସ ଆସିଛି । କେବଳ ଚୀନରେ ମରିଛନ୍ତି ୧୦୬ ଜଣ । ୯୮ ପ୍ରତିଶତ କେସ ଚୀନରୁ ରହିଛି । ଅଧିକାଂଶ ଉହାନ ସହରରୁ ବୋଲି ଜଣାପଡିଛି ।