ଉହାନ ସହରରେ ୬ ଭାରତୀୟଙ୍କୁ ଯାତ୍ରା କରିବାକୁ ଅନୁମତି ଦେଲେ ନାହିଁ ଚୀନ ପ୍ରଶାସନ । ପ୍ରବଳ ଜ୍ୱର ଥିବାରୁ କରୋନା ସଂକ୍ରମଣ ସନ୍ଦେହରେ ଚାଲିଛି ପରୀକ୍ଷା , ଆଜି ଫେରିବେ ଦ୍ୱିତୀୟ ଦଫା

283

କନକ ବ୍ୟୁରୋ : ଭାରତ ଫେରୁଥିବା ବିମାନରେ ୬ ଜଣ ଭାରତୀୟଙ୍କୁ ଚଢିବାକୁ ମନା କଲେ ଚୀନ କର୍ତୃପକ୍ଷ । କାରଣ ସେମାନେ ପ୍ରବଳ ଜ୍ୱରରେ ପୀଡିତ ଥିଲେ । ଉହାନ ବିମାନ ବନ୍ଦରରେ ସେମାନଙ୍କର ଯାଂଚ କରିବା ପରେ ଏଭଳି ନିଷ୍ପତି ନେଇଥିଲେ ଚୀନ ଅଧିକାରୀ । ଏହି ୬ ଜଣ ଯାକ ଛାତ୍ର ଅଟନ୍ତି । ସେମାନଙ୍କର କରୋନା ଭାଇରସ ନେଇ ଅଧିକ ଯାଂଚ କରାଯିବ ଏବଂ ସେମାନେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ କି ନୁହନ୍ତି ତାହା ପରୀକ୍ଷା କରାଯିବ ।

ତେଣୁ ଏହି ୬ ଜଣ ବେଶ୍ କିଛି ପରୀକ୍ଷାର ସମ୍ମୁଖୀନ ହେବେ । ଗତକାଲି ସକାଳେ ଉହାନ ସହରରୁ ଏୟାର ଇଣ୍ଡିଆ ୩୨୪ ଜଣ ଭାରତୀୟଙ୍କୁ ଫେରାଇ ଆଣିଛନ୍ତି ଭାରତ ସରକାର । ତେବେ ଅନ୍ୟ ଏକ ସ୍ୱତନ୍ତ୍ର ବିମାନ ଆଜି ସକାଳେ ଚୀନରୁ ବାକି ଭାରତୀୟଙ୍କୁ ଧରି ଦିଲ୍ଲୀ ପହଂଚିବ । ଗତକାଲିର ଦଳ ପରି ଏହି ଲୋକମାନେ ମଧ୍ୟ ସେନାର ଦୁଇଟି ଶିବିରରେ ୧୪ ଦିନ ପାଇଁ ଡାକ୍ତରୀଦଳର ପ୍ରତ୍ୟକ୍ଷ ନିରୀକ୍ଷଣରେ ରହିବେ ଏବଂ ପରେ ଘରକୁ ଫେରିବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇ ନଥିଲା ।