କେଉଁଠି କରିବେ ‘କରୋନା’ର ଟେଷ୍ଟ? ସରକାର ଜାରି କଲେ ଲୋବ୍ରୋଟୋରୀ ତାଲିକା । ଜାଣନ୍ତୁ ଆପଣଙ୍କ ରାଜ୍ୟରେ କେଉଁଠି ହେଉଛି ଚାଇନା ଭାଇରସର ଯାଂଚ

2,065

କନକ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଚାଂଚଲ୍ୟ ସୃଷ୍ଟି ହୋଇଛି । ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୩୧କୁ ବୃଦ୍ଧି ପାଇଥିବା ବେଳେ ଏହି ମହାମାରୀ ଚାଇନା ଭାଇରସକୁ ନେଇ ଏବେ ଦେଶରେ ଖେଳିଯାଇଛି କୋକୁଆ ଭୟ । ତେବେ ବର୍ତମାନ ଏହି ୩୧ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦିଲ୍ଲୀରେ ୧୦ ଜଣ ଓ ଗୁରୁଗ୍ରାମ ଡାକ୍ତରଖାନାରେ ୧୫ ଜଣ ଭର୍ତି ହୋଇଛନ୍ତି । ପୁରା ବିଶ୍ୱରେ ପ୍ରାୟ ୧ ଲକ୍ଷ ଲୋକ ଏହାର ଶିକାର ହୋଇଥିବା ବେଳେ ଏହି ଭୟଙ୍କର ଭୁତାଣୁରୁ ୩ ହଜାର ୨ ଶହ ୮୦ ଜଣଙ୍କ ଜୀବନ ଗଲାଣି । ବଡ କଥା ହେଉଛି ଏହି ମହାମାରୀ ଭୁତାଣୁକୁ ରୋକିବାକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଔଷଧ ମିଳିପାରିନାହିଁ । କେବଳ ସଚେତନତା ତଥା ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଏବଂ ପରିସ୍କାର ପରିଚ୍ଛନ ରହିବା ଦ୍ୱାରା ହିଁ ଏହାକୁ ରୋକା ଯାଇହେବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ତେବେ କରୋନା ମୁକାବିଲା ପାଇଁ ଭାରତ ସରକାର ଅନେକ ଗାଇଡଲାଇନ ଜାରି କରିଥିବା ବେଳେ ଭୁତାଣୁର ଯାଂଚ ପାଇଁ ଆଜି ୩୧ଟି ଲ୍ୟାବ୍ରୋଟୋରୀର ତାଲିକା ଜାରି କରିଛନ୍ତି । ଯଦି ଆପଣ କରୋନା ଭାଇରସର ଯାଂଚ କରିବାକୁ ଚାହୁଁଛନ୍ତି ତେବେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏହି ୩୧ଟି ଲ୍ୟାବରେ ନିଜର ପରୀକ୍ଷା କରିପାରିବେ । ପୂର୍ବରୁ ୧୩ଟି ଲ୍ୟାବରେ କରୋନାର ଯାଂଚ କରାଯାଉଥିବା ବେଳେ ଆଜି ଆଉ ୧୮ଟି ଲ୍ୟାବରେ ଚାଇନା ଭୁତାଣୁର ଯାଂଚ କରିବାର ସୁବିଧା ଆରମ୍ଭ ହୋଇଛି ।

ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ତାଲିକା ଅନୁସାରେ, ଦିଲ୍ଲୀସ୍ଥିତ ଏମ୍ସ, ଲକ୍ଷ୍ନୌର କେଜିଏୟୁ, ଜୟପୁରର ଏସଏମଏସ, କୋଲକତାର ଏନଆଇସିଇଡି, ଗୋହାଟୀର ଜିଏମଟି, ନାଗପୁରର ଆଇଜିଜିଏମସି, ମୁମ୍ବାଇର କସ୍ତୁରବା ମେଡିକାଲ କଲେଜ , ଅହମଦାବାଦର ବିଜେ ମେଡିକ୍ କଲେଜ, ସିକନ୍ଦରାବାଦର ଗାନ୍ଧି ମେଡିକାଲ କଲେଜ, ବେଙ୍ଗାଲୁରରେ ବିଏମସିଆରଆଇ ଏବଂ ଏନଆଇବି ଫିଲ୍ଡ ୟୁନିଟ୍୍, ଚେନ୍ନାଇର କେଆଇପିଏମଆର ଏବଂ ଅଲାପୁଜାହାର ଏନଆଇଭି ଫିଲ୍ଡ ୟୁନିଟରେ କରୋନା ଭାଇରସ ଯାଂଚ କରିବାର ସୁବିଧା ଉପଲବ୍ଧ ।

ଏହାଛଡା ଆଜିଠୁ ଶ୍ରୀନଗରର ଏସକେଆଇଏମଏସ, ଜମ୍ମୁର ଜିଏମସି, ଚଣ୍ଡିଗଡରେ ପିଜିଆଇଏମଇଆର, ଜୋଧପୁରର ଏସଏନଏମସି, ପାଟଣାର ଆରଏମଆରଆଇଏସ, ଡେବ୍ରିଗଡର ଆରଏମଆରସି, ଅଗରତାଲାର ଜିଏମସି, ଭୁବନେଶ୍ୱର ଆରଏମଆରଆରସି, ରାୟପୁର ଏମ୍ସ, ଭୋପାଳ ଏମ୍ସ, ଜବଲପୁର ଏନଆଇଆରଟିଏଚ, ତିରୁପତିର ଏସବିଆଇଏସଏସ, ପୁଡୁଚେରୀର ଆଇଆଇପିଏମଇଆର, ଅମୃତସରର ଜିଏମସି, ବାରଣାସୀର ଆଇଏମଏସ ବିଏଚୟୁ, ହଲ୍ଦିୱାନୀର ଜିଏମସି, ଜାମନଗରର ଏମପି ସାହ ଏବଂ ଥେନୀର ଜିଏମସିରେ ମଧ୍ୟ ଆପଣ କରୋନା ଭାଇରସ ଟେଷ୍ଟ କରିପାରିବେ ।

ଅନ୍ୟପଟେ, ଭୁତାଣୁ ମୁକାବିଲା ପାଇଁ ଭାରତ ସରକାର ଗାଇଡଲାଇନ ଜାରି କରିଛନ୍ତି । ଲୋକମାନେ ଜନଗହଳି ପୂର୍ଣ୍ଣ ଘଟଣାକୁ ନଯିବା ଉଚିତ ଏବଂ ପରିସ୍ଥିତି ନିୟନ୍ତ୍ରଣକୁ ନଆସିବା ପର୍ଯ୍ୟନ୍ତ ଏଭଳି ଘଟଣା ସ୍ଥଗିତ ରଖାଯିବା ଉଚିତ୍। ଅଧିକ ଉପସ୍ଥିତି ସହିତ ଘଟଣାଗୁଡ଼ିକ ପାଇଁ ସତର୍କତାମୂଳକ ପଦକ୍ଷେପ ବିଷୟରେ ସଚେତନତା ଆଣିବାକୁ ରାଜ୍ୟମାନଙ୍କୁ କୁହାଯାଇଛି।