କରୋନା ଭାଇରସ୍ ସଂକ୍ରମଣରୁ ଦେଶକୁ ବଂଚାଇବା ପାଇଁ ସରକାର ଯେଉଁ ଲକଡ଼ାଉନ୍ ପ୍ରକ୍ର୍ରିୟା ଆରମ୍ଭ କରିଥିଲେ ଏହାର ଶକ୍ତ ଲାତ ଗରିବର ପେଟକୁ ବାଜିଛି । ଏହି ତାଲାବନ୍ଦ ଭିତରେ କିଏ ଖାଦ୍ୟ ପାଇଁ ବାରଦୁଆର ଶୁଣ୍ଢିପିଣ୍ଡା ହେଲାଣି ତ ଆଉ କାହାପାଇଁ ଡଷ୍ଟବିନ୍ ଖାଦ୍ୟ ଖୋଜିବାର ମାଧ୍ୟମ ପାଲଟିଲାଣି । ରାଜସ୍ଥାନର ଭରତପୁରରେ ଏଭଳି ଜଣେ ବୃଦ୍ଧ ଦମ୍ପତି (ମଛଲା ଦେବୀ ଏବଂ ରାମବୀର)ଙ୍କ କରୁଣ କାହାଣୀ ସାମ୍ନାକୁ ଆସିଛି ।
ବୃଦ୍ଧାଜଣକ ମୁଲ ଲାଗି ପୁଅ ଏବଂ ସ୍ୱାମୀଙ୍କ ପେଟକୁ ଦାନା ଯୋଗାଉଛନ୍ତି । ବୟସର ଅପରାହ୍ନରେ ବୃଦ୍ଧଙ୍କ ଆଖିକୁ ଭଲରେ ଦେଖାଯାଉନଥିବା ବେଳେ ସେ ଅନେକ ରୋଗରେ ପୀଡିତ ଅଛନ୍ତି । ବର୍ତ୍ତମାନ ବୋଝ ଉପରେ ନଳିତା ବିଡ଼ା ପରି ତାଙ୍କୁ ୨ ଓଳି ଖାଇବା ପାଇଁ ବି ସଂଘର୍ଷ କରିବାକୁ ପଡୁଛି । ଭିକ ମାଗି ଖାଦ୍ୟ ଯୋଗାଡ଼ କରୁଥିବା ବୃଦ୍ଧଦମ୍ପତି ଯେତେବେଳେ ଚିକିତ୍ସା ପାଇଁ ହସ୍ପିଟାଲକୁ ଗଲେ , ତାଙ୍କୁ କରୋନା ହୋଇଯିବ କହି ହସ୍ପିଟାଲରୁ ଘଉଡାଇଲେ ଡ଼ାକ୍ତର ।
ଏହି ଦମ୍ପତି ପ୍ରତିଦିନ ରାଜରାସ୍ତାରେ ବୁଲି ବୁଲି ଭିକ ମାଗୁଛନ୍ତି । ଯେ ଯାହା ଦେଲା ତାହା ଖାଇ କ୍ଷୁଧା ମେଣ୍ଟାଉଛନ୍ତି । ଭରତପୁର ଜିଲ୍ଲା କଲେକ୍ଟର ରାଜେଶ୍ ଗୋୟଲଙ୍କ କାନରେ ଏକଥା ପଡିବା ପରେ ସେ ଦମ୍ପତିଙ୍କ ଖାଦ୍ୟପେୟ ,ମାନସିକସ୍ତରରେ ଅକ୍ଷମ ପୁଅର ଚିକିତ୍ସା ଓ ବୃଦ୍ଧଙ୍କ ଚିକିତ୍ସା ପାଇଁ ସେବା ଯୋଗାଇଥିଲେ । ସେ କହିଛନ୍ତି ଯେ , ପ୍ରଶାସନ ପକ୍ଷରୁ ବୃଦ୍ଧଦମ୍ପତିଙ୍କୁ ପେନସନ୍ ଯୋଗାଇ ଦିଆଯିବ । ଦମ୍ପତିଙ୍କ ଆର୍ଥିକ ସମ୍ବଳ ପାଇଁ ଅନ୍ୟ ଯୋଜନା ବି ଲାଗୁ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/06/19-4.jpg)
/kanak/media/post_attachments/wp-content/uploads/2020/06/ere_060720010558-300x211.jpg)
/kanak/media/post_attachments/wp-content/uploads/2020/06/fajdar_060720010558-300x224.jpg)
/kanak/media/post_attachments/wp-content/uploads/2020/06/errt_060720012047-300x209.jpg)