କନକ ବ୍ୟୁରୋ : କରୋନା ମହାମାରୀର ଦ୍ୱିତୀୟ ଲହର ପୁଣିଥରେ ଲୋକଙ୍କ ରୋଜଗାର ଛଡାଇ ନେଇଛି । ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିବାରୁ ଅନେକ ଲୋକ ଜିବୀକା ହରାଇ ବେକାର ହୋଇପଡିଛନ୍ତି । ଏପ୍ରିଲରେ ଦେଶର ବେକାରୀ ହାର ୪ ମାସ ଭିତରେ ସର୍ବୋଚ୍ଚ ସ୍ତର ୮ ପ୍ରତିଶତ ପାଖାପାଖି ବୃଦ୍ଧି ପାଇଛି । ନଜର ପକାନ୍ତୁ ସେଂଟର ଫର ମନିଟରିଂ ଇଣ୍ଡିଆ ଇକୋନୋମିର ଏହି ତଥ୍ୟ ଉପରେ ।

Advertisment

- ଏପ୍ରିଲରେ ଦେଶରେ ବେକାରୀ ହାର ୭.୯ ପ୍ରତିଶତ
- ଦେଶରେ ମାର୍ଚ୍ଚରେ ବେକାରୀ ହାର ଥିଲା ୬.୫ ପ୍ରତିଶତ
- ସେଂଟର ଫର ମନିଟରିଂ ଇଣ୍ଡିଆ ଇକୋନୋମର ତଥ୍ୟ
- ବିଭିନ୍ନ ରାଜ୍ୟରେ ଲକଡାଉନ ଘୋଷଣା ଯୋଗୁଁ ଏଭଳି ପରିସ୍ଥିତି
- ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ମେ’ରେ ମଧ୍ୟ ଭଲ ରହିବନି ନିଯୁକ୍ତି ସ୍ଥିତି
- ଗ୍ରାମାଂଚଳ ତୁଳନାରେ ସହରାଂଚଳରେ ଅଧିକ ଉତ୍କଟ ବେକାରୀ ହାର
- ଜିଡିପିକୁ ଶ୍ରମ କ୍ଷେତ୍ରର ଯୋଗଦାନ ୪୦ ପ୍ରତିଶତକୁ ହ୍ରାସ ପାଇଛି