ଭୁବନେଶ୍ୱରରେ ଦ୍ରୁତ ଗତିରେ ବଢୁଛି କରୋନା । ୩ ଦିନ ହେଲା ଏକ ହଜାର ଉପରେ ସଂକ୍ରମଣ । ୮ ହଜାର ଉପରେ ସକ୍ରିୟ ଆକ୍ରାନ୍ତ

ଲୋକ ଓ ପ୍ରଶାସନର ବେଖାତିର ମନୋଭାବ ପାଇଁ ବଢିଲା ସଂକ୍ରମଣ । ଭାରତରେ କରୋନା ସଂକ୍ରମଣ ପାଇଁ ଧାର୍ମିକ ଓ ରାଜନୈତିକ ଘଟଣାବଳିକୁ ଦାୟୀ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ହସପିଟାଲାର ମଧ୍ୟ ଚାପ ବଢ଼ିବାରେ ଲାଗିଛି । ସବୁଠୁ ଚିନ୍ତାଜନକ ହେଉଛି ଆଇସିୟୁର ୯୦ ପ୍ରତିଶତ ବେଡ୍ ପୂରଣ ହୋଇଗଲାଣି । ତେବେ ୯୫ ପ୍ରତିଶତ ସାଧାରଣ ଶଯ୍ୟାରେ ରହିଛି ଅକ୍ସିଜେନ୍ ବ୍ୟବସ୍ଥା । ନଜର ପକାନ୍ତୁ ଭୁବନେଶ୍ୱର ର କୋଭିଡ୍ ହସପିଟାଲର ସ୍ଥିତି ଉପରେ ।

ଆଇସିୟୁ ସଂଖ୍ୟା – ୫୩୧ – ୯୦% ପୂର୍ଣ୍ଣ ହୋଇଯାଇଛି ।
ଏଚ୍ଡିୟୁ ଶଯ୍ୟା – ୮୩୬ – ୫୦% ରେ ରୋଗୀ ଅଛନ୍ତି ।
ସାଧାରଣ ଶଯ୍ୟା ସଂଖ୍ୟା – ୨୧୮୬ – ୫୦% ରେ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

୮ ହଜାର ଉପରେ ଭୁବନେଶ୍ୱରରେ ସଂକ୍ରମିତ ରହିଥିବା ବେଳେ ୮୫ ପ୍ରତିଶତ ରୋଗୀ ସଙ୍ଗରୋଧରେ ଥିବା କହିଛନ୍ତି ବିଏମସି କମିସନର । ଦୋକାନ, ବଜାରରେ ଭିଡ଼ ଓ କୋଭିଡ୍ ନିୟମ ମାନୁନଥିବାରୁ ସ୍ଥିତି ବିଗିଡି ଯାଉଛି । ଭୁବନେଶ୍ୱରରେ ଟେଷ୍ଟ-ପଜିଟିଭିଟି ହାର ବୃଦ୍ଧି ପାଇବାରେ ଲାଗିଛି । ଯାହାକି ପ୍ରଶାସନର ନିଦ ହଜାଇ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe