ବିଧାନସଭାରେ ପଶିଲା କରୋନା: ନୀଳଗିରି ବିଧାୟକଙ୍କ ସହ ବୈଠକରେ ବସିଥିବା ୧୨ କର୍ମଚାରୀଙ୍କ ଭିତରୁ ୫ ଜଣ ପଜିଟିଭି; ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୂଚନା

ସମସ୍ତେ ଥିଲେ ଘରୋଇ ସଂଗରୋଧରେ: ୧ ତାରିଖ ପୂର୍ବରୁ ବିଧାନସଭା କରାଯିବ ସାନିଟାଇଜ

322

କନକ ବ୍ୟୁରୋ: ବିଧାନସଭାରେ ପଶିଲା କରୋନା । ନୀଳଗିରୀ ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା ୧୨ଜଣଙ୍କ କରୋନା ପରିକ୍ଷା କରାଯିବା ପରେ ୫ଜଣଙ୍କ କରୋନା ପରିକ୍ଷା ଆସିଛି । ଏମାନେ ସମସ୍ତେ ଘରୋଇ ସଂଗରୋଧରେ ରହିଛନ୍ତି । ତେବେ କରୋନା ପଜିଟିଭ ବାହାରିବା ପରେ ବିଧାନସଭା ସାନିଟାଇଜ କରାଯିବ । ଏକ ତାରିଖ ଦିନ ବିଧାନସଭା ସାନିଟାଇଜ କରାଯିବ ଏବଂ ୪ତାରିଖରେ ଖୋଲିବ ବିଧାନସଭା । ସୁଚନା ଅନୁସାରେ ଦେବୀମିଶ୍ରଙ୍କ ସଭାପତିତ୍ୱରେ ହୋଇଥିବା କମିଟି ମିଟିଂ ନିଳଗିରି ବିଧାୟକ ଉପସ୍ଥିତ ଥିଲେ । ତା’ପରେ ମିଟିଂ ବାତିଲ କରାଯାଇଥିଲା । ସେବେଠାରୁ ସମସ୍ତେ ସଂଗରୋଧରେ ଥିଲେ ।

ଏପଟେ ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୧୫ ଶହ ୯୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ହଜାରେ ୬୭ ଓ ଲୋକ୍ାଲ କଂଟାକ୍ଟ ୫୨୭ ଜଣ ଅଛନ୍ତି । ଗଂଜାମରୁ ସର୍ବାଧିକ ୭୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୨୦, କଟକରୁ ୧୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧରୁ ୪୧,କନ୍ଧମାଳରୁ ୧୭,କେନ୍ଦୁଝରରୁ ୨୦, କୋରାପୁଟ ୩୩,ମୟୁରଭଂଜରୁ ୩୨,ଭଦ୍ରକରୁ ୬୦,ବାଲେଶ୍ୱରରୁ ୨୨ ଜଣ, ଅନୁଗୁଳରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୬ ଜର, ବରଗଡରୁ ୮ ଜଣ, ଢେଙ୍କାନାଳରୁ ୨ ଜଣ, ଗଜପତିରୁ ୩ ଜଣ, ଯାଜପୁରରୁ ୫ ଜଣ, କେନ୍ଦ୍ରାପଡାରୁ ୯ ଜଣ, ଜଗତସିଂହପୁରରୁ ୩ ଜଣ, କଳାହାଣ୍ଡିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୬୯୩ରେ ପହଚିଂଛି । ଗତକାଲି ୧୧ ହଜାର ୬୪୭ଟି ନମୂନା ପରୀକ୍ଷା କରାଯାଇଥିଲା ।