ଭୟଙ୍କର ରୂପ ନେଉଛି କରୋନା । ରାଜ୍ୟରେ ବି ଭୟର ବାତାବରଣ, ନଜରରେ ୩୩ ଜଣ

Advertisment
ବିଶ୍ୱର ୧୭୦ ଦେଶକୁ ବ୍ୟାପିଲାଣି କରୋନା । ୨ ଲକ୍ଷ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

କନକ ବ୍ୟୁରୋ : ଦିନକୁ ଦିନ ଭୟଙ୍କର ହେଉଛି କରୋନା ଭୂତାଣୁ। ଏ ପର୍ଯ୍ୟନ୍ତ ୨୮ଟି ଦେଶକୁ ଭୂତାଣୁ ସଂକ୍ରମଣ ଡେଇଁ ସାରିଥିବାବେଳେ ଭାରତରେ ଏଯାଏ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଓଡ଼ିଶାରେ ଏ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମିତ ସନ୍ଦେହରେ ୩୩ଜଣଙ୍କୁ ଚିହ୍ନଟ କରାଯାଇଛି। ତହିଁରୁ ୨ଜଣ କଟକସ୍ଥିତ ଏସ୍‌ସିବି ମେଡିକାଲର ଆଇସୋଲେସନ୍‌ ୱାର୍ଡରେ ଭର୍ତି ହୋଇଥିବା ବେଳେ ୩୧ଜଣଙ୍କୁ ଘରେ ଆଇସୋଲେସନ୍‌ରେ ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ରାଜ୍ୟରୁ ଏ ପର୍ଯ୍ୟନ୍ତ ୭ଟି ନମୁନା ପରୀକ୍ଷା ପାଇଁ ଏନ୍‌ଆଇଭି ପୁନେକୁ ପଠାଯାଇଥିବା ବେଳେ ତହିଁରୁ ୫ ନମୁନା ନେଗେଟିଭ୍ ରହିଛି। ଯେଉଁ ବ୍ୟକ୍ତିଙ୍କ ନମୁନା ନେଗେଟିଭ୍ ରହିଛି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଚୀନ୍ ଓ କରୋନା ସଂକ୍ରମିତ ଦେଶରୁ ଫେରିଥିବା ୩୩ଜଣ ବ୍ୟକ୍ତିଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ସାରିଲାଣି। ଆଉ ଜଣେ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ପାଇଁ ପୁନେସ୍ଥିତ ଏନ୍‌ଆଇଭିକୁ ପଠାଯାଇଛି। କରୋନା ଭୂତାଣୁ ପାଇଁ ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଥିବା ବେଳେ ଏଥିପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ବର୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସମସ୍ତ ବିମାନବନ୍ଦର ଓ ରେଳ ଷ୍ଟେସନ୍‌ରେ ଯାତ୍ରୀମାନଙ୍କ ସ୍କ୍ରିନିଂ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe