ସାଉଦି ଆରବରୁ ଫେରିବା ପରେ ଆଇସୋଲେସନରେ ସୁରେଶ ପ୍ରଭୁ । ରିପୋର୍ଟ ନେଗେଟିଭ୍ ଆସିଥିଲେ ବି ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ଅଲଗା ରହିବେ ୧୪ ଦିନ

Advertisment
ସାଉଦି ଆରବରୁ ଫେରିବା ପରେ ଆଇସୋଲେସନରେ ସୁରେଶ ପ୍ରଭୁ । ରିପୋର୍ଟ ନେଗେଟିଭ୍ ଆସିଥିଲେ ବି ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ଅଲଗା ରହିବେ ୧୪ ଦିନ

କନକ ବ୍ୟୁରୋ: ସାଉଦି ଆରବରୁ ଫେରିବା ପରେ ଆଇସୋଲେସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ । ରିପୋର୍ଟ ନେଗେଟିଭ୍ ଆସିଥଲେ ବି ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ସେ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ନିଷ୍ପତି ନେଇଛନ୍ତି । ସୁରେଶ ପ୍ରଭୁ ମାର୍ଚ୍ଚ ୧୦ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଉଦି ଆରବ ଯାଇଥିଲେ । ଏବଂ ଫେରିବା ପରେ କରୋନା ଟେଷ୍ଟ କରିଥିଲେ । ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ଏହା ସହିତ ଏକାଧିକ ବଲିଉଡ୍ ଷ୍ଟାର ଆଇସୋଲେସନରେ ରହିଥିବା ନେଇ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୧୪୨ କୁ ବୃଦ୍ଧି ପାଇଛି। ତେବେ ମହାରାଷ୍ଟ୍ରରେ ଭାରତରେ ସର୍ବାଧିକ ମାମଲା ରହିଛି। ଆଜି ପୁଣି ପୁଣେର ଜଣେ ୨୮ ବର୍ଷୀୟା ମହିଳା କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ମହିଳା ଫ୍ରାନ୍ସ ଏବଂ ନେଦରଲ୍ୟାଣ୍ଡ ଗସ୍ତରେ ଯାଇଥିଲେ। ଏହା ସହିତ ମହାରାଷ୍ଟ୍ରରେ ସମୁଦାୟ ୪୨ ଟି କରୋନା ଜୀବାଣୁ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଲେହରେ ଜଣେ ୩୪ ବର୍ଷୀୟ ଯବାନ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ତେବେ ସଶସ୍ତ୍ର ବାହିନୀର କେହି ଜଣେ କୋଭିଡ -୧୯ ସଂକ୍ରମିତ ହେବାର ଏହା ପ୍ରଥମ ଘଟଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe