କନକ ବ୍ୟୁରୋ: କରୋନା ଯୋଗୁଁ ଚୀନରେ ପରିସ୍ଥିତି ସାଙ୍ଘାତିକ । ଚୀନରେ ମେ ୯ ତାରିଖରେ ୩,୪୭୫ ପଜିଟିଭ କେସ୍ ସାମ୍ନାକୁ ଆସିଛି । ଏଥିରୁ ୩୫୭ଟି କେସରେ କରୋନା ଲକ୍ଷଣ ଦେଖାଯାଇଥିବାବେଳେ ଅନ୍ୟମାନଙ୍କ ଠାରେ ପଜିଟିଭ୍ ଥିବା ସତ୍ତେ୍ୱ କୌଣସି ଲକ୍ଷଣ ଦେଖାଯାଇନଥିବା ଜଣାପଡିଛି । ଏହାପୂର୍ବରୁ ଶୁକ୍ରବାର ମଧ୍ୟ ୪୩୩୩ଟି ପିଜିଟିଭ ମାମଲା ଆସିଥିଲା । କରୋନାର ଚତୁର୍ଥ ଲହରରେ କରୋନାରେ ଏଯାଏଁ ୫୧୯୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

Advertisment

କରୋନାର ପ୍ରକୋପ ଯୋଗୁଁ ଚୀନର ବଡ ବଡ ସହର ସହ ସାଙ୍ଘାଇରେ ଲଗାତାର ୬ ସପ୍ତାହ ହେବ ଲକଡାଉନ୍ ଜାରି ରହିଛି । ଏଠାରେ କରୋନାକୁ ରୋକିବାକୁ ସରକାରଙ୍କ ପକ୍ଷରୁ କଡା ପଦେକ୍ଷପ ନିଆଯାଉଛି । ଲୋକେ ନିଜ ନିଜ ଘରେ ବନ୍ଦୀ ହୋଇରହିଛନ୍ତି । କାଳେ କିଏ ଘରୁ ବାହାରିବ ସେମାନଙ୍କ ଉପରେ କଡା ନଜର ରଖିବାକୁ ରାସ୍ତା ମାନଙ୍କରେ ପ୍ରଶାସନ ମୁତୟନ କରିଛି ରୋବଟ୍ କୁକୁର ।

ଅନ୍ୟପଟେ ସରକାରଙ୍କ ଏପରି କଟକଣାକୁ କିଛି ସ୍ଥାନରେ କଡା ବିରୋଧ କରାଯାଇଛି । ଏହା ମଧ୍ୟରେ ସବୁଠାରୁ ସାଙ୍ଘାତିକ ପରିସ୍ଥିତି ଦେଖାଦେଇଛି ବାଣିଜ୍ୟିକ ସହର ସାଙ୍ଘାଇରେ । ଏହାସହ ବେଜିଙ୍ଗରେ ମଧ୍ୟ ସବୁ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯିବା ସହ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୁହାଯାଉଛି ଏପରି ପ୍ରତିବନ୍ଧକ ଦ୍ୱାରା ଚୀନର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି । ଏପ୍ରିଲ ମାସରେ ବର୍ଷକ ମଧ୍ୟରେ ସବୁଠାରୁ ଖରାପ ଆର୍ଥିକ ପ୍ରଦର୍ଶନ ରହିଛି । ଏହାସହ ଅନ୍ୟ ବାଣିଜ୍ୟ ଉପରେ ମଧ୍ୟ ଘୋର ପ୍ରଭାବ ପଡିଥିବା କୁହାଯାଉଛି ।