କନକ ବ୍ୟୁରୋ : କୋଭିଡ୍ ସଂକ୍ରମଣ ଯୋଗୁଁ ଅଧିକାଂଶ ଗୁରୁତ୍ୱର ହେଉନଥିଲେ ବି ପରବର୍ତି ସମୟରେ ଆକ୍ରାନ୍ତଙ୍କ ନିକଟରେ ଯେଉଁ ସବୁ ଲକ୍ଷଣ ଦେଖାଯାଉଛି ତାହା ଚିନ୍ତାର କାରଣ ହୋଇଛି । କୋଭିଡରୁ ସୁସ୍ଥ ହେବା ପରେ କାହାକୁ ଲମ୍ବା ସମୟ ଧରି ଦୁର୍ବଳ ଲାଗୁଛି ତ ଆଉ କାହାର ଚୁଡି ଝଡିବା, ସ୍ମରଣ ଶକ୍ତି ହ୍ରାସ ପାଇବା ଭଳି ସମସ୍ୟା ଦେଖାଯାଉଛି । ତେବେ ଏହାର କାରଣ ସମ୍ପର୍କରେ ମତ ରଖିଛନ୍ତି ବିଶେଷଜ୍ଞ ।
ତୃତୀୟ ଲହରରେ ଗୁରୁତର ହେଉନାହାନ୍ତି ରୋଗୀ । କୋଭିଡ୍ ପରେ ହାଲିଆ ଲାଗୁଛି, ଚୁଟି ଝଡୁଛି ! ଓମିକ୍ରନ ସଂକ୍ରମଣ ବଢ଼ାଉଛି ସତ, ତେବେ ଅଧିକାଂଶ ରୋଗୀ ଗୁରୁତର ହେଉନାହାନ୍ତି । କରୋନା ଭଲ ହେବା ପରେ କିଛି ସମସ୍ୟା ଦେଖାଦେଉଛି । ସୁସ୍ଥ ହୋଇଥିବା ଅନେକ ରୋଗୀ ଦୁର୍ବଳ ଅନୁଭବ କରୁଛନ୍ତି । କାହାର ଚୁୁଟି ଝଡୁଛି ତ କାହାର ସ୍ମରଣ ଶକ୍ତି ଉପରେ ପ୍ରଭାବ ପଡିଛି । ଏପରି କାହିଁକି ହେଉଛି, କହିଛନ୍ତି ବିଶେଷଜ୍ଞ ଡାକ୍ତର ।
ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୩,୦୮୬ ନୂଆ ଆକ୍ରାନ୍ତ । ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ କମୁଥିବା ବେଳେ ଆଗକୁ ଭଲ ସ୍ଥିତି ଆସିବ ବୋଲି କହିିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଧୀରେ ଧୀରେ କଟକଣା କୋହଳ ହେବ ଆବଶ୍ୟକ । ପ୍ରଥମ ପର୍ଯ୍ୟାୟରେ ସରସ୍ୱତୀ ପୂଜାକୁ ଅନୁମତି ଦିଆଯାଇଛି । ସ୍କୁଲ ଖୋଲିବା ଉପରେ ସରକାର ନିଷ୍ପତି ନେଇପାରନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/vlcsnap-2022-02-01-20h16m43s591.png)