କରୋନା ଭୂତାଣକୁ ନେଇ ସାରା ବିଶ୍ୱ ଆତଙ୍କିତ  । ଭାରତର ଆୟୁଷ ମନ୍ତ୍ରଣାଳୟ କହିଲା ହୋମିଓପାଥିରେ ଭାଇରସ ସଂକ୍ରମଣକୁ ରୋକି ହେବ

299

କନକ ବ୍ୟୁରୋ: ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ । ଚୀନ ସମେତ ୩୦ ରାଷ୍ଟ୍ର ପାଇଁ ବଡ ବିପଦ ସାଜିଛି କରୋନା । ଆଉ ଏତିକି ବେଳେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ କହିଛି ହୋମିଓପାଥିରେ କୋରନା ଭାଇରସର ସଂକ୍ରମଣକୁ ରୋକି ହେବ । ସାରା ପ୍ୃଥିବୀରେ ବର୍ତମାନ ସୁଦ୍ଧା କରୋନା ଭାଇରସକୁ ଫଳପ୍ରଦ ଔଷଧ ବାହାରି ପାରିନାହିଁ । ତେବେ ସେଂଟ୍ରାଲ କାଉନସିଲ ଫର ରିସର୍ଚ ଇନ୍ ହୋମିପାଥିର ପରାମର୍ଶଦାତା ବୈଠକ ହୋଇଥିଲା ଏବଂ ବୈଠକ ପରେ ସଂକ୍ରମଣକୁ ହୋମିଓପାଥି ଚିକିତ୍ସାରେ ରୋକିହେବ ଘୋଷଣା କରାଯାଇଛି । ହୋମିଓପାଥିକ ମେଡିସନ ନାଁ ମଧ୍ୟ ସାଧାରଣରେ ପ୍ରକାଶ କରାଯାଇଛି ।  ଆର୍ସେନିକ୍ ଆଲବମ୍ -୩୦ ସେହି ଔଷଧ ଯାହା କରୋନା ଭାଇରସ ସଂକ୍ରମଣ ରୋକିବାକୁ ସକ୍ଷମ । ଖାଲି ପେଟରେ ୩ ଦିନ ପର୍ଯ୍ୟନ୍ତ ଏହାକୁ ଖାଇଲେ, କରୋନା ଭାଇରସର ସଂକ୍ରମଣକୁ ରୋକାଯାଇ ପାରିବ । ଏହି ଔଷଧ ଗୋଟିଏ ମାସ ପରେ ପୁଣି ଥରେ ଖାଇବା ପାଇଁ ପରାମର୍ଶ ଦିଆଯାଇଛି । ଥଣ୍ଡା ଜ୍ୱରକୁ ରୋକିବା ପାଇଁ ଏହି ଔଷଧ ମଧ୍ୟ ଫଳପ୍ରଦ ବୋଲି କୁହାଯାଇଛି ।

ପ୍ରେସ ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି, ଆୟୁର୍ବେଦ, ୟୁନାନୀ, ଘରୋଇ ଉପଚାର କଲେ ମଧ୍ୟ ଏହା ଚିକିତ୍ସା କରାଯାଇପାରିବ । ଅନ୍ୟପଟେ କରୋନା ଭୂତାଣୁରେ ଚୀନରେ ୧୩୨ ଜଣଙ୍କ ମୃତ୍ୟୁ ଓ ୬ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏବେ ପ୍ରାୟ ୧୫ଟି ରାଷ୍ଟ୍ରକୁ କରୋନା ଭାଇରସ ବ୍ୟାପି ଥିବା ବେଳେ ଭାରତ ସମେତ ୩୦ଟି ରାଷ୍ଟ୍ରରେ ଖୀପ୍ର ବେଗରେ ବ୍ୟାପିବା ଆଶଙ୍କା ଦେଖା ଦେଇଛି । ଧିରେ ଧିରେ ଚୀନରେ କରୋନା ଭୂତାଣୁ ସଂକ୍ରମଣ ସ୍ଥିତି ଉଦେବଗଜନକ ହେଉଥିବାରୁ ନାଗରିକଙ୍କ ଚୀନ ନ ଯିବା ପାଇଁ ପରାମର୍ଶ ଦେଇଛି ଭାରତ । ସେହିପରି ଚୀନରୁ ଫେରିଥିବା ଯାତ୍ରୀଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ଭଲଭାବେ ପରୀକ୍ଷା କରିନେବା ଉଚିତ ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ନିକଟରେ ଚୀନରୁ କେରଳକୁ ଫେରିଥିବା ୬୩୩ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ନୀରିକ୍ଷଣରେ ରଖାଯାଇଛି । ସେହିପରି ହରିୟାଣା, ମୁମ୍ବାଇ, ବେଙ୍ଗାଲୁର, ଗୋଆ, ଗୁରୁଗ୍ରାମ, ଫରିଦାବାଦ ଓ ପାନିପତରେ ୧୪ଜଣଙ୍କୁ ବିଭିନ୍ନ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଉଛି ।