ଏପ୍ରିଲ ୧୫ ଯାଏଁ କାହାକୁ ମିଳିବନି ଭିସା । ବିଦେଶ ଯାତ୍ରା ଏବଂ ଆଗମନ ଉପରେ କଟକଣା । କରୋନା ମହମାରୀ ଘୋଷଣା ପରେ ଭାରତ ସରକାରଙ୍କ ଆଡଭାଇଜରୀ ଜାରି

336

କନକ ବ୍ୟୁରୋ: କରୋନାକୁ ମହାମାରୀ ଘୋଷଣା କଲା ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସାରା ବିଶ୍ୱରେ ବୃଦ୍ଧି ପାଉଥିବା ମୃତ୍ୟୁ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହାକୁ ମହାମାରୀ ରୂପେ ଘୋଷଣା କରିଛି ଡବ୍ଲୁଏଚଓ । ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ହେଲଥ ଏମରଜେନସି ବା ସ୍ୱାସ୍ଥ୍ୟ ଜନିତ ଜରୁରୀ ସ୍ଥିତି ବୋଲି ଘୋଷଣା କରାଯାଇଥିଲା ।

ସାରା ବିଶ୍ୱରେ ବର୍ତମାନ ଏକ ଲକ୍ଷ ୨୪ ହଜାର ୭୭୭ ଲୋକ କରୋନାରେ ସଂକ୍ରମିତ ଅଛନ୍ତି । ଏଥିରୁ ୪ ହଜାର ୫୮୫ ଜଣଙ୍କର ମୃତ୍ୟୁ ହୋଇଛି । ବଡ କଥା ହେଉଛି, ୬୭ ହଜାର ଲୋକ କରୋନା ଆକ୍ରାନ୍ତ ହେବା ପରେ ମଧ୍ୟ ସୁସ୍ଥ ହୋଇଛନ୍ତି । ଆଉ ଯେତେବେଳେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ମହାମାରୀ ଭାବେ ଘୋଷଣା କରୁଛି ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି ।

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କରୋନାକୁ ମହାମାରୀ ଘୋଷଣା କରିବା ପରେ ଭାରତ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ବିଦେଶର ଆସୁଥିବା ନାଗରିକ ଏବଂ ବିଦେଶ ଗସ୍ତରେ ଥିାବ ଲୋକଙ୍କ ଭିସା ଉପରେ କଟକଣା ଲଗାଯାଇଛି । ଏପ୍ରିଲ ୧୫ ଯାଏଁ ମିଳିବନି ଭିସା । କେବଳ ରାଜନୈତିକ ଏବଂ ଜାତିସଂଘର କର୍ମଚାରୀଙ୍କ ଉପରେ କୋହଳ ହୋଇଛି କଟକଣା । ସେପଟେ ବିଦେଶରୁ ଆସିିଥିବା ନାଗରିକଙ୍କୁ ଅଲଗା ରଖାଯିବ ବୋଲି ସୂଚନା ମିଳିଛି ।