କରୋନା ପାଇଁ ବଜାରରେ ମିଳୁନି ମାସ୍କ । ଔଷଧ ଦୋକାନରୁ ଉଭାନ ହୋଇଛି ମାସ୍କ ଓ ସାନିଟାଇଜର । ଦୋକାନ ଦୋକାନ ବୁଲିଲେ ବି ଗୋଟିଏ ବି ମିଳୁନି । ଯିଏ ରଖିଛନ୍ତି ଚଢା ଦରରେ ବିକୁଛନ୍ତି

Advertisment
କରୋନା ପାଇଁ ବଜାରରେ ମିଳୁନି ମାସ୍କ । ଔଷଧ ଦୋକାନରୁ ଉଭାନ ହୋଇଛି ମାସ୍କ ଓ ସାନିଟାଇଜର । ଦୋକାନ ଦୋକାନ ବୁଲିଲେ ବି ଗୋଟିଏ ବି ମିଳୁନି । ଯିଏ ରଖିଛନ୍ତି ଚଢା ଦରରେ ବିକୁଛନ୍ତି

କନକ ବ୍ୟୁରୋ: କାୟା ମେଲାଉଛି କରୋନା । ବିଶ୍ୱର ବିଭିନ୍ନ ସ୍ଥାନରେ କରୋନାର କୋକୁଆ ଭୟ ଖେଳିଯାଇଛି । ତେବେ ଭୂତାଣୁ ଭୟରେ ଲୋକେ ମାସ୍କ ଆଉ ସାନିଟାଇଜର କିଣି ନିଜକୁ ସୁରକ୍ଷିତ ରଖୁଛନ୍ତି । ଆଉ ଏଥିପାଇଁ ଖୋଲା ବଜାରରେ ଆଉ ମାସ୍କ ମିଳୁନି। ରାଜ୍ୟରେ କରୋନାକୁ ନେଇ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭୟର କାରଣ ସ୍ବରୂପ ଔଷଧ ଦୋକାନରୁ ମାସ୍କ ଶେଷ ହୋଇଯାଇଛି। ଯେଉଁଠି ବି ଉପଲବ୍ଧ ହେଉଛି ‌ତାହା ଚଢ଼ା ଦରରେ ବିକ୍ରି ହେଉଛି। ଅପରପକ୍ଷରେ ଖୋଲା ବଜାରରେ ମାସ୍କ ଗାଏବ ହୋଇଯିବା ଘଟଣାରେ ରାଜ୍ୟ ଡ୍ରଗସ କଣ୍ଟ୍ରୋଲର ଯାଞ୍ଚ ପାଇଁ ସମସ୍ତ ଡ୍ରଗ୍ ଇନସପେକ୍ଟରଙ୍କୁ ଚିଠି ଲେଖିଛନ୍ତି।

publive-image

ରାଜ୍ୟରେ ଏକାଧିକ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ‌ଏପରିକି ତୁଳସୀ ପତ୍ର ଖାଇଲେ କରୋନା ପାଖ ମାଡ଼ିବ ନାହିଁ ବୋଲି ଗୁଜବ ବ୍ୟାପିବାରେ ଲାଗିଛି। ସ୍ଥଳ ବିଶେଷରେ ଅନେକ ଔଷଧ ଦୋକାନରୁ ମାସ୍କ ବୋହିବାରେ ଲାଗିଛନ୍ତି। ଜଣେ ଜଣେ ବ୍ୟକ୍ତି ବହୁ ସଂଖ୍ୟାରେ ମାସ୍କ କିଣି ନେଉଛନ୍ତି। ଫଳରେ ଖୋଲା ବଜାରେ ମାସ୍କର ଏକ କୃତ୍ରିମ ଅଭାବ ସୃଷ୍ଟି ହୋଇଛି।

ଲୋକମାନେ ମାସ୍କ ଉପରେ ନିର୍ଭର କରିବା ପରିବର୍ତ୍ତେ ସାବୁନରେ ହାତକୁ ଧୋଇବାକୁ କୁହାଯାଉଥିଲେ ହେଁ ଲୋକେ ମାସ୍କକୁ ଅଧିକ ସୁରକ୍ଷିତ ଭାବୁଛନ୍ତି। ସାଧାରଣ ମାସ୍କର ଦାମ୍ ୩୦ଟଙ୍କା ହୋଇଥିବା ବେଳେ ଏବେ ୧୫୦ ଟଙ୍କାରେ ବିକ୍ରି ହେଉଛି। ଏନ-୯୫ ମାସ୍କର ମଧ୍ୟ ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଉଛି। ଏନ-୯୫ ମାସ୍କ ବିଶେଷକରି ହସ୍ପିଟାଲର କର୍ମଚାରୀମାନେ ବ୍ୟବହାର କରୁଥିବା ବେଳେ ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରିବା ପାଇଁ ଔଷଧ ଦୋକାନରେ ଭିଡ଼ ଜମାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe