ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି । ୧୦୨୪ ଜଣ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା

10,984

କନକ ବ୍ୟୁରୋ: ୨୭ରେ ପହଞ୍ଚିଲା କରୋନା ମୃତ୍ୟୁ । ଦେଶରେ କରୋନା ସଂକ୍ରମଣରେ ଗଲା ୨୭ ଜଣଙ୍କ ଜୀବନ । ଭାରତରେ ଧୀରେ ଧୀରେ ବଢ଼ୁଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ।

ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଏଯାଏଁ ୨୭ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦୨୪ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେହିପରି ବର୍ତ୍ତମାନ ସୁଦ୍ଧା ୯୬ ଜଣ ସୁସ୍ଥ ହୋଇ ଫେରିଥିବା ସୂଚନା ଦେଇଛି ମନ୍ତ୍ରାଳୟ ।

କରୋନାରେ ଏବେ ସୁଦ୍ଧା ବିଶ୍ୱର ୧୯୯ଟି ଦେଶର ୬ ଲକ୍ଷ ୭୯ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩୧ ହଜାର ୧୭୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧ ଲକ୍ଷ ୪୬ ହଜାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅର୍ଥାତ ଏବେ ୫ଲକ୍ଷ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଆମେରିକାରେ ସର୍ବାଧିକ ୧ ଲକ୍ଷ ୨୩ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି ।

୨୭ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

#୨୭ରେ_ପହଞ୍ଚିଲା_ମୃତ୍ୟୁ_ସଂଖ୍ୟା ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ୨୪ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ଛୁଇଁଲା ୨୭ #Coronavirus #India

Posted by Kanak News on Sunday, March 29, 2020