କନକ ବ୍ୟୁରୋ: କରୋନା ପାଇଁ କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ ନିଷ୍ପତି । ସାଂସଦମାନଙ୍କ ବେତନ ୩୦ ପ୍ରତିଶତ କମ କରିବାକୁ ମଂଜୁରୀ । ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦମାନେ ୩୦ ପ୍ରତିଶତ କମ ଦରମା ନେବାକୁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର । ତେବେ ଏକ ବର୍ଷ ପାଇଁ ସ୍ୱଇଚ୍ଛାରେ ୩୦ ପ୍ରତିଶତ କମ ଦରମା ନେବା ପାଇଁ ମନ୍ତ୍ରୀ, ସାଂସଦମାନେ ରାଜି ହେବା ସହ ସାଂସଦ ନିଧି ଫଣ୍ଡ ୨ ବର୍ଷ ପାଇଁ ସ୍ଥଗିତ ରଖାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡକର।

Advertisment

publive-image

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଜି ଦୁଇଟି ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ସାଂସଦଙ୍କ ଦରମା ଗୋଟିଏ ବର୍ଷ ପାଇଁ ୩୦ ପ୍ରତିଶତ ହ୍ରାସ କରାଯାଇଥିବା ବେଳେ ସାଂସଦ ନିଧି ଫଣ୍ଡ ୨ ବର୍ଷ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତି ନିଆଯାଇଛି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ , ଗୋଟିଏ ବର୍ଷ ପାଇଁ ସମସ୍ତ ସାଂସଦଙ୍କ ଦରମା ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି । ସାଂସଦମାନଙ୍କ ଏହି ଦରମା କରୋନା ଜୀବାଣୁ ମୁକାବିଲା ପାଇଁ ବ୍ୟବହୃତ ହେବ । ଏହାଛଡା ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳ ମଧ୍ୟ ଗୋଟିଏ ବର୍ଷ ପାଇଁ ସେମାନଙ୍କ ଦରମା ୩୦% କମ୍ ନେବେ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ରାଜ୍ୟପାଳମାନେ ସ୍ୱେଚ୍ଛାକୃତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଷ ଜାଭଡେକର ସୂଚନା ଦେଇଛନ୍ତି ।