କନକ ବ୍ୟୁରୋ: ସାରା ବିଶ୍ୱକୁ କରୋନାର ଭୟ ଘାରିଥିବା ବେଳେ ଓଡିଶା ପାଇଁ ଆସିଛି ଆଶ୍ୱସ୍ତିକର ଖବର । ତେବେ ରାଜ୍ୟ ପାଇଁ ଭଲ ଖବର ହେଉଛି ପରୀକ୍ଷା ହୋଇଥିବା ୩୨ଟି ନମୂନା ମଧ୍ୟରୁ ୩୧ଟି ନେଗେଟିଭ ଆସିଛି । ଅର୍ଥାତ ଜଣଙ୍କୁ ଛାଡିଦେଲେ ଆଉ କେହି କରୋନା ଆକ୍ରାନ୍ତ ନାହାନ୍ତି ।

Advertisment

ସେପଟେ ଯେଉଁ ଜଣେ ବ୍ୟକ୍ତିଙ୍କ ଦେହରେ କରୋନା ପଜିଟିଭ ରହିଛି ସେ ଏବେ ସୁସ୍ଥ ଅଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ତେବେ କରୋନା ସ୍ଥିତିର ମୁକାବିଲା ପାଇଁ ରାଜ୍ୟବ୍ୟାପୀ ଉଦ୍ୟମ ଚାଲିଥିବା ବେଳେ କରୋନା ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ଜଣେ ହେଲେ ୯ ବର୍ଷରୁ କମ ବୟସର ଶିଶୁ, କରୋନା ରୋଗରେ ମୃତ୍ୟୁବରଣ କରିନାହାଁନ୍ତି । ତେବେ ଏହାର କାରଣ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଏହି ଖବର ବଡ଼ ଆଶ୍ୱସ୍ତି ଆଣି ଦେଇଛି ।