କରୋନା ଭାଇରସ୍ ଏବେ ୬୦ରୁ ଅଧିକ ରାଷ୍ଟ୍ରକୁ ବ୍ୟାପିସାରିଛି। ଭାଇରସ୍ ଯୋଗୁଁ ଏବେ ବିଶ୍ବବ୍ୟାପୀ ୩,୦୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୮୮,୦୦୦ରୁ ଅଧିକ ଲୋକ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଆମେରିକାରେ କରୋନା ଯୋଗୁଁ ଗତକାଲି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ପୁଣି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ୱାସିଂଟନ୍ର କିଙ୍ଗ୍ କାଉଣ୍ଟିରେ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବା ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି। ସମୁଦାୟ ୮୭ ଜଣ ଆମେରିକାରେ ଭାଇରସ୍ ଆକ୍ରାନ୍ତ ହୋଇଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫ୍ଲୋରିଡ଼ାରେ ପବ୍ଲିକ୍ ହେଲ୍ଥ ଏମର୍ଜେନ୍ସି ଘୋଷଣା କରାଯାଇଛି। ତେବେ ୟୁରୋପୀୟ ରାଷ୍ଟ୍ରସଂଘର ୧୮ଟି ରାଷ୍ଟ୍ରରେ ଭାଇରସ୍ ପହଞ୍ଚିସାରିଛି ଏବଂ ୨,୧୦୦ ଜଣ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଇରାନ୍ରେ କରୋନା ଯୋଗୁଁ ୬୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫୦୦ରୁ ଅଧିକ ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। ଇରାନ୍ର ସର୍ବୋଚ୍ଚ ନେତାଙ୍କ ପରାମର୍ଶଦାତାଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ୭୧ ବର୍ଷୀୟ ମହମ୍ମଦ ମିର ମହମ୍ମଦି ଇରାନ୍ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନିଙ୍କ ପରାମର୍ଶଦାତା ଥିଲେ।
ସେପଟେ ଇଟାଲିରେ ଗୋଟିଏ ଦିନରେ ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ହୋଇଛି। ଇଟାଲିରେ ୧୬୦୦ ରୁ ଅଧିକ ଭାଇରସ୍ ଆକ୍ରାନ୍ତ ହୋଇଥିବାବେଳେ ଏଥିଯୋଗୁଁ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣ କୋରିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦୦ ଟପିଛି। କୋରିଆରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ଦକ୍ଷିଣ କୋରିଆରେ ଗୋଟିଏ ଦିନରେ ପୁଣି ୫୯୯ ଜଣ ଭାଇରସ୍ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏଥିଯୋଗୁଁ ଦେଶରେ ପୁଣି ୨ ସପ୍ତାହ ପର୍ୟ୍ୟନ୍ତ ସମସ୍ତ ସ୍କୁଲ୍ ବନ୍ଦ କରାଯାଇଛି। ଦକ୍ଷିଣ କୋରିଆର ଏକ ବିଶାଳ ଚର୍ଚ୍ଚରୁ ହିଁ କରୋନା ବ୍ୟାପିଥିବାରୁ ଉକ୍ତ ଚର୍ଚ୍ଚ୍ର ପ୍ରତିଷ୍ଠାତା ଆଜି ଏନେଇ କ୍ଷମା ମାଗିଛନ୍ତି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଆଜି ଏକ ଜରୁରୀ ବୈଠକ ଡାକି କରୋନା ଭାଇରସ୍ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/03/39-1.jpg)
/kanak/media/post_attachments/wp-content/uploads/2020/03/ap7CdiSkKuGDk3szT5aH69-1200-80-300x169.jpg)