୨ ଟିକାକୁ ଡିସିଜିଆଇର ଅନୁମତି ପରେ ରାଜ୍ୟ ସରକାରଙ୍କ ତତ୍ପରତା: ଡିଏମଇଟି କହିଲେ, କେନ୍ଦ୍ର ଟିକା ଦେବା ପରେ ଆରମ୍ଭ ହେବ ଟିକାକରଣ

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ୩ ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରକାଶ

97

କନକ ବ୍ୟୁରୋ: ଭାରତରେ ଦୁଇଟି ଟୀକାକୁ ଡ଼ିସିଜିଆଇ ଅନୁମୋଦନ ଦେବା ପରେ ି ଡ଼ିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏନେଇ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାର ରାଜ୍ୟକୁ ଟୀକା ଦେବା ପରେ ତତକ୍ଷାଣତ ଟୀକାକରଣ କରାଯିବ । ପ୍ରାଥମିକସ୍ତରରେ ପ୍ରସ୍ତୁତ ହୋଇଥିବା ଡ଼ାଟା ବେସ ଅନୁସାରେ ପ୍ରଥମେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଟିକା ଦେବା ପାଇଁ କେନ୍ଦ୍ର ପାଖରେ ଦାବି କରାଯାଇଛି । ବୟସ୍କ ଓ ସମୁଖ ଯୋର୍ଦ୍ଧାଙ୍କ ଡ଼ାଟାବେସ ପରବର୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ । ଗତବର୍ଷ ଜୁଲାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେରମ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହ କଥା ହୋଇ ଓଡ଼ିଶାକୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ ।

ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ୩ ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଆହୁରି ଅଧିକ ପ୍ରସ୍ତୁତ ହେବ । କହିହେବନି କେବେ ସୁଦ୍ଧା ଟିକା ଆସିବ । ହେଲେ ଆସିବା ମାତ୍ରେ ଟିକାକରଣ ଆରମ୍ଭ ହେବ ।

ଏପଟେ, ନୂଆବର୍ଷ ଆଣିଲା ଖୁସିଖବର । ଦୈନିକ ଏକଅଙ୍କ ଛୁଇଁଲା ଦୈନିକ ସଂକ୍ରମଣ ସଂଖ୍ୟା । ଦିନେ କରୋନାର ହଟସ୍ପଟ ଥିବା ଭୁବନେଶ୍ୱରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତକାଲି ମାତ୍ର ୮ ଜଣ ଆକ୍ରାନ୍ତ ରାଜଧାନୀରେ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ କିଛିମାସ ତଳେ ଦୈନିକ ସଂକ୍ରମଣ ୩ ଅଙ୍କ ଥିଲା । ଏବେ ଏହା ତଳମୁହାଁ ହୋଇ ଦୁଇଅଙ୍କ ହୋଇଥିବାବେଳେ ନୂଆବର୍ଷରେ ଏକ ଅଙ୍କ ହେବା କରୋନା କମୁଥିବାର ସଙ୍କେତ ଦେଇଛି । ମାର୍ଚ ଓ ଏପ୍ରିଲ ମାସରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ କମ ଥିଲା । ବର୍ତମାନ ଏବେ ରାଜଧାନୀ ସେହି ସ୍ଥିତିକୁ ଆସିଛି ।

ପ୍ରାୟ ୮ ମାସ ପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମିବା, ରାଜଧାନୀ କରୋନାମୁକ୍ତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଚଳିତବର୍ଷ ପ୍ରଥମ ତିନି ଦିନରେ ୧୩, ୯ ଓ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଦିନରେ ମୋଟ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜଧାନୀରେ ଏବେ ୨୦୮ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ବିଏମସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଜାନୁଆରୀ ଶେଷ କିମ୍ବା ଫେବୃଆରୀ ସୁଦ୍ଧା ରାଜଧାନୀରେ କେହି କରୋନା ଆକ୍ରାନ୍ତ ନଥିବେ । ବହୁ ଲୋକଙ୍କ ମଧ୍ୟରେ କରୋନା ପ୍ରତିଷେଧକ ଶକ୍ତି ବଢିଛି । ତେବେ ବି ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । କରୋନା କଟକଣା ମାନିବାକୁ ପଡିବ ।