ହରିୟାଣା ଗୃହମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । କୃଷକଙ୍କୁ ଆନ୍ଦୋଳନ ସ୍ଥଳରେ ଦିଆଯିବ କରୋନା ଟିକା । କୋଭିଡ ଟେଷ୍ଟ ପାଇଁ କରାଯିବ ସମସ୍ତ ବ୍ୟବସ୍ଥା ।

80

କନକ ବ୍ୟୁରୋ : ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍ ଆଜି ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ରାଜ୍ୟରେ ଯେତେ ସ୍ଥାନରେ କୃଷକମାନେ ଆନ୍ଦୋଳନ କରୁଛନ୍ତି ସବୁ ଆନ୍ଦୋଳନ ସ୍ଥଳରେ ସେମାନଙ୍କୁ କୋଭିଡ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ । ଏହାସହ ଆନ୍ଦୋଳନରତ କୃଷକ ମାନଙ୍କର କିଭଳି କୋଭିଡ ଟେଷ୍ଟ ହୋଇପାରିବ ସେ ନେଇ ବନ୍ଦୋବସ୍ତ କରାଯାଉଛି । ସେ କହିଛନ୍ତି କି ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆନ୍ଦୋଳନରତ କୃଷକ ମାନଙ୍କୁ ଟିକା ଦିଆଯିବା ଦରକାର ଓ ଏହା ହେଉଛି ମୋର କର୍ତ୍ତବ୍ୟ । ଏହାସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏନେଇ ନିର୍ଦ୍ଦେଶ ଜାରି କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର କୃଷକ ମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି । କରୋନା କାଳରେ ଗୋଟଏ ସ୍ଥାନରେ ଏକାଠି ହୋଇ ଆନ୍ଦୋଳନ କରିବା ଦ୍ୱାରା ନିଜ ଜୀବନ ପ୍ରତି ବିପଦ ଡାକିଆଣିବା ସହ ଅନ୍ୟମାନଙ୍କ ସଂକ୍ରମଣର କାରଣ ଆନ୍ଦୋଳନ ହୋଇପାରେ ବୋଲି ସେ କହିଛନ୍ତି ।