ଚାଟାର୍ଡ ପ୍ଲେନ୍ ସହାୟତାରେ ଆମେରିକା ଆଣିଲା କରୋନା ଭ୍ୟାକ୍ସିନ୍ । ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା ଆରମ୍ଭ ହେବ ଟିକାକରଣ

1,824

କନକ ବ୍ୟୁରୋ : ଆମେରିକାର ବିଭିନ୍ନ କୋଣ ଅନୁକୋଣରେ କରୋନା ଭ୍ୟାକ୍ସିନ୍ ପହଂଚାଇବାକୁ ଆମେରିକା ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ୟୁନାଇଟେଡ୍ ଏୟାରଲାଇନ୍ସର ବିମାନ ସହାୟତାରେ ଦେଶର ବିଭିନ୍ନ ସ୍ଥାନକୁ ଫାଇଜରର କରୋନା ଭ୍ୟାକ୍ସିନକୁ ବିଭିନ୍ନ ସ୍ଥାନକୁ ଅଣାଯାଇ ସେଠାରେ ମହଜୁଦ୍ କରାଯାଉଛି । କହିରଖୁ କି କିଛିଦିନ ପୂର୍ବରୁ ଫାଇଜର କହିଥିଲା କି ତାଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ ୯୫ ପ୍ରତିଶତ ପ୍ରଭାବଶାଳୀ ।
ଏକ ଆନ୍ତର୍ଜାତୀୟ ଖବର ସରବରାହ ସଂସ୍ଥାର ରିପୋର୍ଟ ମୁତାବକ ଉଡାଜାହଜରେ ଭ୍ୟାକ୍ସିନ ପଠାଯିବା ଓ ଏହାର ବିତରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା କରୋନା ଉପରେ ବିଶ୍ୱର ବିଜୟ । ଅନୁମାନ କରାଯାଉଛି କି ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା ଆମେରିକାରେ ଟିକାକରଣ ଆରମ୍ଭ ହୋଇଯିବ । ଖାଦ୍ୟ ଏବଂ ଔଷଧ ବିଭାଗ ଖୁବ୍ ଶୀଘ୍ର ଏହି ଭ୍ୟାକ୍ସିନ୍ କୁ ମଞ୍ଜୁରୀ ଦେବା ନେଇ ଆଶା ସଂଚାର ହୋଇଛି ।

ଅନ୍ୟପଟେ ଭ୍ୟାକ୍ସିନ ପରିବହନ କରିବାକୁ ୟୁନାଇଟେଡ୍ ଏୟାର ଲାଇନ୍ସର ଫ୍ଲାଇଟ୍ସ ରେ ଅଧିକରୁ ଅଧିକ ବରଫ ମହଜୁଦ ରଖିବାକୁ ମଞ୍ଜୁରୀ ମିଳିଛି । କାରଣ ଫାଇଜରର ଏହି ଭ୍ୟାକ୍ସିନ୍ ବିଯୁକ୍ତ ୭୦ ଡିଗ୍ରୀ ତାପମାତ୍ରାରେ ରଖିବାକୁ ପଡୁଛି । ଭ୍ୟାକ୍ସିନକୁ ସପ୍ଲାଇ କରିବାକୁ ଫାଇଜର ସୁଟକେସ୍ ଆକାରରେ ବାକ୍ସ ନିର୍ମାଣ କରିଛି । ଯେଉଁଥିରେ କି ଶୁଖିଲା ବରଫ୍ ସହିତ ଭ୍ୟାକ୍ସିନକୁ ରଖା ଯାଉଛି ।
ଏହା ପୂର୍ବରୁ ଫାଇଜର କହିଥିଲା କି ଆମେରିକା ଓ ୟୁରୋପ ଠାରେ କମ୍ପାନୀ ପକ୍ଷରୁ ଲକ୍ଷାଧିକ ଡୋଜ୍ ପ୍ରସ୍ତୁତ ହୋଇ ରହିଛି । ଏବେ ଏହାକୁ ବାଣ୍ଟନ କରିବାକୁ ବ୍ୟବସ୍ଥା କରାଯାଉଛି । କାରଣ ମଞ୍ଜୁରୀ ମିଳିବା ପରେ ଯେତେଶୀଘ୍ର ସମ୍ଭବ ଟିକାକରଣ ଆରମ୍ଭ ହୋଇଯିବ । ଫାଇଜର କମ୍ପାନୀ ଗୋଟିଏ ଦିନରେ ୨୦ ଟି ଫ୍ଲାଇଟ୍ ରେ ଟିକା ବିତରଣ ପାଇଁ ବ୍ୟବସ୍ଥା କରାଯାଇଛି ।