ବଞ୍ଚାଇ ଦେଉଛି କରୋନା ଟିକା । ଆମେରିକାର ବିଶିଷ୍ଟ ଡାକ୍ତର କହିଲେ, ମୃତକଙ୍କ ମଧ୍ୟରୁ ୯୯ ଦଶମିକ ୫ ପ୍ରତିଶତ ନେଇନଥିଲେ କରୋନା ଟିକା

516

କନକ ବ୍ୟୁରୋ: ଜୀବନ ବଞ୍ଚାଇ ଦେଉଛି କରୋନା ଟିକା । ସମସ୍ତେ ଏକଥା କହି ଆସୁଛନ୍ତି । କିନ୍ତୁ ଆଜି ଆମେରିକାର ଜଣେ ବିଶିଷ୍ଠ ଡାକ୍ତର ଫାହିମ ୟୁନୁସ ଏନେଇ ତଥ୍ୟ ଦେଇଛନ୍ତି । ଟୁଇଟ୍ କରି ସେ କହିଛନ୍ତି ଗତ ୬ମାସ ମଧ୍ୟରେ ଆମେରିକାରେ ଯେତିକି ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି, ସେଥିମଧ୍ୟରୁ ୯୯ ଦଶମିକ ୫ ପ୍ରତିଶତ ଲୋକ ଟିକା ନେଇ ନଥିଲେ ସେ ଲେଖିଛନ୍ତି, କରୋନା ସମ୍ପର୍କରେ ଆସିଥିବା ତଥ୍ୟରୁ ଏହି ସୂଚନା ମିଳୁଛି ।

ଡାକ୍ତର ଫାହିମ ୟୁନୁସ, ମ୍ୟାରିଲାଣ୍ଡ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ଗୁଣବତା ଓ ନିରାପତା କାର୍ଯ୍ୟକ୍ରମର ମୁଖ୍ୟ ଅଛନ୍ତି । କରୋନା ସମ୍ପର୍କରେ ତାଙ୍କ ମତକୁ ସାରା ବିଶ୍ୱ ଶୁଣିଥାଏ । ଭାରତରେ ଏଯାଏ ୩୫ କୋଟି ଲୋକଙ୍କୁ ଟିକା ଦିଆଗଲାଣି । ବର୍ତମାନ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ରହିଛି ୪ଲକ୍ଷ ୮୫ ହଜାର । ଦେଶରେ ଟିକାକରଣ ଧିମେଇ ଯାଇଥିଲେ ମଧ୍ୟ ଆଗକୁ ଏହା ପୁଣି ଦ୍ରୁତ ଗତିରେ ଆଗେଇବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଉଛି । କିନ୍ତୁ ଫାହିମ ୟୁନୁସଙ୍କ ଟୁଇଟ୍ ଗୋଟିଏ ବାର୍ତା ଦେଉଛି ଯେ ସମସ୍ତେ ଟିକା ନେବା ଦରକାର ।