କୋଭିଡ୍ ଭ୍ୟାକସିନ ପାଇଁ ଗଠିତ ବିଶେଷଜ୍ଞଙ୍କ ସମିତିର ଆଜି ବସିବ ବୈଠକ । ନୀତି ଆୟୋଗର ଡକ୍ଟର ଭିକେ ପଲଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଭ୍ୟାକସିନ କିଣାବିକା, ଯୋଗାଣ ଉପରେ ହେବ ବିଚାର ବିମର୍ଶ

186

କନକ ବ୍ୟୁରୋ: ଆଜି କୋଭିଡ ଭ୍ୟାକସିନ ପାଇଁ ଗଠିତ ବିଶେଷଜ୍ଞ ସମିତିର ବୈଠକ ହେବ । ନୀତି ଆୟୋଗର ଡକ୍ଟର ଭିକେ ପଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ । କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ବୈଠକରେ ଭ୍ୟାକସିନ କିଣା, ବିକା ଓ ଯୋଗାଣ ଉପରେ ବିଚାର ବିମର୍ଶ କରାଯିବ । ଏହାଛଡା ଟିକା କିଣିବା ପାଇଁ ଅର୍ଥ କେଉଁଠୁ ଆସିବ ସେନେଇ ମଧ୍ୟ ରଣନୀତି ପ୍ରସ୍ତୁତ କରିବ ଟିକା ବିଶେଷଜ୍ଞ କମିଟି । ରାଜ୍ୟ ସରକାର, ଭ୍ୟାକସିନ ନିର୍ମାତା ଓ ଷ୍ଟକ ହୋଲଡରଙ୍କ ସହ ମିଶି କାମ କରିବ ଏହି ସମିତି । କରୋନା ଟିକା ପାଇଁ ସରକାର ସମସ୍ତ ସଂପୃକ୍ତ ମନ୍ତ୍ରାଳୟ ଓ ସଂସ୍ଥାର ସଦସ୍ୟଙ୍କୁ ନେଇ ଏହି କମିିଟି ଗଠନ କରିଛନ୍ତି ।

କରୋନା ଟିକା ବିଶେଷଜ୍ଞ କମିଟିର କାମ ହେଉଛି ଭାରତରେ ବ୍ୟବହାର ପାଇଁ କରୋନା ଟିକାର ଚୟନ ପ୍ରକ୍ରିୟା ଠାରୁ ଆରମ୍ଭ କରି ବିକ୍ରି ଓ ବିତରଣ ସହ ଟିକା ବଂଟନର ପରିଚାଳନା ବ୍ୟବସ୍ଥା ବୁଝାସୁଝା କରିବା । ଗତ ଶୁକ୍ରବାର କ୍ୟାବିନେଟ ସଚିବ, ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିନିଧି, ହେଲଥ ସର୍ଭିସର ନିର୍ଦ୍ଦେଶକ, ବାୟୋଟେକ୍ନୋଲୋଜି, ଇନଫର୍ମେସନ ଟେକ୍ନୋଲୋଜି, ଆଏଆଇଆରଆଇ ଏବଂ ଆଇସିଏମଆରକୁ ନେଇ ଏହି ଉଚ୍ଚ ସ୍ତରୀୟ ପ୍ୟାନେଲ ଗଠନ କରାଯାଇଛି । ଯାହାର ପ୍ରଥମ ବୈଠକେ ନୀତି ଆୟୋଗର ଡକ୍ଟର ଭିକେ ପାଲଙ୍କ ଅଧ୍ୟକ୍ଷତାରେ ଆଜି ହେବାକୁ ଯାଉଛି ।