କନକ ବ୍ୟୁରୋ : କରୋନା ଟିକା କେତେ ଟଙ୍କାରେ ମିଳିବ? ବେସରକାରୀ ମେଡିକାଲରେ ମିଳିବ ନା କେବଳ ସରକାରୀ ମେଡିକାଲରେ ମିଳିବ? କରୋନା ଟିକାକୁ ନେଇ ମନରେ ଉପୁଜିଥିବା ଅନେକ ଦ୍ୱନ୍ଦର ଉଠୁଥିଲା । କିନ୍ତୁ ଏବେ କରୋନା ଟିକାକୁ ନେଇ ସରକାରଙ୍କ ନିସ୍ପତି ସାମ୍ନାକୁ ଆସିଛି
କୋଭିଡ ଟିକାର ଦାମ ଅଢେଇ ଶହ ଟଙ୍କା । ମାର୍ଚ୍ଚ ପହିଲାରୁ ଦେଶର ସାଧାରଣ ଜନତାଙ୍କୁ ଟିକା ମିଳିବାକୁ ଥିବା ବେଳେ ଟିକାର ଦାମ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଟିକାର ଦାମ ସ୍ଥିର କରାଯାଇଥିବା ନେଇ ସୂଚନା ଦେଇଛି ପିଆଇବି ।
ମାର୍ଚ୍ଚ ପହିଲାରୁ ଦେଶରେ ତୃତୀୟ ପର୍ଯ୍ୟାୟରେ ୬୦ ବୟସରୁ ଅଧିକ ବ୍ୟକ୍ତି ଓ ୪୫ରୁ ୬୦ ବର୍ଷ ବୟସର ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏହି ପର୍ଯ୍ୟାୟରେ ଉଭୟ ସରକାରୀ ଓ ଘରୋଇ ମେଡିକାଲରେ ଟିକା କରଣ କରାଯିବ । ସରକାରୀ ମେଡିକାଲରେ ଟିକା ମାଗଣାରେ ଦିଆଯିବ, କିନ୍ତୁ ବେସରକାରୀ ହସ୍ପିଟାଲରେ ଟିକା ନେଲେ ଅଢେଇଶହ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେଥିରେ ସର୍ଭିସ ଚାର୍ଜ ବାବଦକୁ ରହିଛି ଶହେ ଟଙ୍କା ଓ ଟିକା ବାବଦକୁ ଦେବାକୁ ମାତ୍ର ଦେଢଶହ ଟଙ୍କା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/1594917346-8714.jpg)