ଆସନ୍ତାକାଲି ଟିକା ନେବେ ପୁଲିସ ଡିଜି, ଏସପି, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ : କାଲିଠୁ ୩ ସପ୍ତାହ ଧରି ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ

ଭ୍ୟାକସିନ ନେବା ପାଇଁ ଗୃହ, ନଗରଉନ୍ନୟନ୍ନ, ରାଜସ୍ୱ ବିଭାଗର ଅଧିକାରୀଙ୍କ ତାଲିକା ପ୍ରସ୍ତୁତ; ସେପଟେ ଆଜି ଟିକା ନେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର

109

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ୩ସପ୍ତାହ ଧରି ଏହି ଟିକାକରଣ ଚାଲିବ । ଆଉ ଏହି ସମୟରେ ବାବୁ ନେବେ କରୋନା । ଏଥିପାଇଁ ତାଲିକା ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଡିଜି, ଏସପି, ଜିଲ୍ଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀ ଟିକା ନେବେ । ଏହାଛଡା ଗୃହ, ନଗରଉନ୍ନୟନ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କ ତାଲିକା ବି ପ୍ରସ୍ତୁତ ହୋଇଛି । ଟିକା ନେବା ପରେ ଲୋକଙ୍କ ମଧ୍ୟରେ ଏ ନେଇ ସଚେତନ କରିବାପାଇଁ ନିଜର ଫଟୋ ସହ ଟ୍ୱିଟ କରିବାକୁ ବି ପରାମର୍ଶ ଦିଆଯାଇଛି ।

ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର ଚିଠିରେ ଦର୍ଶାଯାଇଛି ଯେ, ମେଡିକାଲ ଛଡ଼ା ବିକଳ୍ପ ଟିକାଦାନ କେନ୍ଦ୍ର ପାଇଁ ଚୟନ କରାଯାଉ । କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ସ୍ବାସ୍ଥ୍ୟକର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି । ଟିକା ଯେମିତି ଅପଚୟ ନହୁଏ, ସେଥିପାଇଁ ବିକଳ୍ପ କର୍ମଚାରୀଙ୍କୁ ତାଲିମ ଦିଆଯିବାକୁ ପରାମର୍ଶ ରହିଛି । ସରକାର ଠିକା ଟିକା କର୍ମୀଙ୍କୁ ଦୈନିକ ୫ଶହ ଟଙ୍କା ଭତ୍ତା ଦେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ, କରୋନା ଟିକା ନେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କ୍ୟାପିଟାଲ ହସ୍ପିଟାଲରେ କରୋନା ଟିକା ନେବା ପରେ ପ୍ରଦୀପ୍ତ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି କରୋନା ଟିକା ସମୂର୍ଣ୍ଣ ନିରାପଦ । ନିଜର ପାଳି ଆସିଲେ ଆଗେଇ ଆସି କରୋନା ଟିକାର ଦୁଇଟି ଯାକ ଡୋଜ୍ ନିଅନ୍ତୁ, କରୋନା ଠାରୁ ଦୂରେଇ ରୁହନ୍ତୁ ବୋଲି ସେ ନିବେଦନ କରିଛନ୍ତି ।