କନକ ବ୍ୟୁରୋ : ସାରା ଦେଶରେ ପ୍ରଥମ ପର୍ଯ୍ୟାୟ କରୋନା ଟିକା ମାଗଣା ଦିଆଯିବ ବୋଲି ଶନିବାର ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଦେଶରେ ହୋଇଥିବା ଡ୍ରାଏ ରନ୍ର ସମୀକ୍ଷା ଅବସରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ମୋଟ ୩ କୋଟି କରୋନା ଯୋଦ୍ଧାଙ୍କୁ ଏହି ଟିକା ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟରେ ୧ କୋଟି ସ୍ୱାସ୍ଥ୍ୟ କର୍ମୀ ଥିବା ବେଳେ ୨ କୋଟି ଆଗଧାଡିର କରୋନା ଯୋଦ୍ଧା ଅଛନ୍ତି ବୋଲି କହିଛନ୍ତି ହର୍ଷବର୍ଦ୍ଧନ ।
ଟିକା ପ୍ରଦାନ ନେଇ ପ୍ରସ୍ତୁତ ହୋଇଥିବା ପ୍ରାଥମିକତା ତାଲିକାରେ ମୋଟ ୩୦ କୋଟି ବ୍ୟକ୍ତି ରହିଛନ୍ତି । ତେବେ ଅବଶିଷ୍ଟ ୨୭ କୋଟି ଲୋକଙ୍କୁ ଟିକା କିଭଳି ଦିଆଯିବ ସେନେଇ ଆଲୋଚନା ଚାଲିଛି ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ଏମାନଙ୍କୁ ଜୁଲାଇ ସୁଦ୍ଧା ଦିଆଯିବ ବୋଲି ସେ କହିଛନ୍ତି । ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବା ପରେ ୫୦ ବର୍ଷରୁ ଅଧିକ ବୟସ୍କଙ୍କ ଲୋକଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା ହେବ । ଏହା ପରେ ୫୦ ବର୍ଷରୁ କମ୍ ବୟସ୍କ ଏବଂ କୌଣସି ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କୁ ଦିଆଯିବ କରୋନା ଟିକା ବୋଲି କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ବାଇଟ - ଡାକ୍ତର ହର୍ଷବର୍ଦ୍ଧନ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
କରୋନା ଟିକାକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଛି । ଏହାକୁ ଗୁରୁତ୍ୱ ନଦେବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ପୂର୍ବରୁ ପୋଲିଓ ଟିକା ପ୍ରଦାନ କରାଯିବା ସମୟରେ ଏଭଳି ଗୁଜବ ସୃଷ୍ଟି ହୋଇଥିଲା । ତେବେ କୌଣସି ପ୍ରକାର ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/coronavirus-approves-aid-package-salvador-help-fight_0521bf80-95cc-11ea-a968-2ed746e9a968.jpg)