ଆଜି ଓଡିଶା ସମେତ ସାରା ଦେଶରେ ହେବ କରୋନା ଟିକାର ଡ୍ରାଏ ରନ୍: ରାଜ୍ୟର ୩୧ଟି ସ୍ଥାନରେ ଟିକାକରଣର ପ୍ରାକ୍ ଅଭ୍ୟାସ

ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରିଛି ପ୍ରସ୍ତୁତି । କେମିତି ଦିଆଯିବ କରୋନା ଟିକା, ପୂରା ପ୍ରକ୍ରିୟା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତ ହେଲା ନକ୍ସା

87

କନକ ବ୍ୟୁରୋ: ଆଜିଠାରୁ ଓଡ଼ିଶା ସମେତ ସାରା ଦେଶରେ ହେବ କରୋନା ଟିକାର ଡ୍ରାଏ ରନ୍ ବା ପ୍ରାକ୍ ଅଭ୍ୟାସ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏହି ଡ୍ରାଏ ରନ୍ ହେବ । ପୂର୍ବରୁ ଦେଶର ୪ଟି ରାଜ୍ୟରେ ଟିକାର ଏହି ମକ୍ ଡ୍ରିଲ୍ ସଫଳ ହୋଇଥିବାବେଳେ ଆଜି ସାରା ଦେଶରେ ଡ୍ରାଏ ରନ୍ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସାରା ଦେଶ ଭଳି ଆଜି ଓଡିଶାରେ ମଧ୍ୟ କରୋନା ଟିକାର ଡ୍ରାଏ ରନ୍ ହେବ ।

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକାକରଣର ପ୍ରାକ୍ ଅଭ୍ୟାସ ପାଇଁ ପ୍ରସ୍ତୁତି ସରିଛି । ଅର୍ଥାତ ରାଜ୍ୟର ୩୧ଟି ସ୍ଥାନରେ ଟିକାର ଡ୍ରାଏ ରନ୍ ହେବ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନକ୍ସା ପ୍ରସ୍ତୁତ କରାଯାଇଛି । ଟିକାକରଣ ପାଇଁ ମକ୍ ଡ୍ରିଲ ହେବାର କାରଣ ହେଉଛି ଦେଶର କୋଟି କୋଟି ଲୋକ ଟିକା ପାଇଁ ଅପେକ୍ଷା କରିଛନ୍ତି । ଏତେ ବଡ଼ ଜନସଂଖ୍ୟାକୁ ଟିକା ଦେବା ପାଇଁ ବଡ଼ ପ୍ରସ୍ତୁତି ଆବଶ୍ୟକ । ଏହି କ୍ରମରେ ଓଡ଼ିଶାକୁ କିପରି ଟିକା ମିଳିବ, କିପରି ଲୋକଙ୍କ ପାଖରେ ପହଁଚିବ, ଏହାର ସଂପୂର୍ଣ୍ଣ ନକ୍ସା ପ୍ରସ୍ତୁତ କରାଯାଇଛି ।

ଏପଟେ ଟିକାର ଡ୍ରାଏ ରନ୍ ପାଇଁ ରାଜ୍ୟ ସରକାର କିପରି ବ୍ୟବସ୍ଥା କରିଛନ୍ତି , ସେ ନେଇ ସୂଚନା ଦେଇଛନ୍ତି ଭ୍ୟାକସିନ ଇନଚାର୍ଜ ବିଜୟ ପାଣିଗ୍ରାହୀ ।