କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ଜୁଲାଇରେ ଦିଆଯାଇଛି କରୋନା ଟିକାର ୧୩ କୋଟି ଡୋଜ, ଅଗଷ୍ଟରେ ଆହୁରି ଦ୍ରୁତ ହେବ ଟିକାକରଣ ଅଭିଯାନ

Advertisment
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ଜୁଲାଇରେ ଦିଆଯାଇଛି କରୋନା ଟିକାର ୧୩ କୋଟି ଡୋଜ, ଅଗଷ୍ଟରେ ଆହୁରି ଦ୍ରୁତ ହେବ ଟିକାକରଣ ଅଭିଯାନ

କନକ ବ୍ୟୁରୋ : ଦେଶରେ ଚାଲିଥିବା କରୋନା ନିରୋଧୀ ଟିକାକରଣ ଅଭିଯାନକୁ ନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାବିୟା । ରବିବାର ଦିନ ସେ ତାଙ୍କ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି କି ଜୁଲାଇ ମାସରେ ଦେଶରେ ୧୩ କୋଟି ଡୋଜ ଟିକା ଦିଆଯାଇଛି   । ଏହାସହ ଅଗଷ୍ଟ ମାସରେ ଏହି ସଂଖ୍ୟା ବୃଦ୍ଧି ହେବ ବୋଲି ସେ କହିଛନ୍ତି ।

କହିରଖୁ କି କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ଏକ ଟ୍ୱିଟ୍ କରିଥିଲେ । ସେ ଲେଖିଥିଲେ କି “କ’ଣ ଭାରତ ସରକାର ଟିକାକରଣ ନେଇ ରଖିଥିବା ଲକ୍ଷ୍ୟ ପୂରଣ କରିପାରିବେ ?” । ଏହାର ଉତ୍ତର ଦେବାକୁ ଯାଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

କହିରଖୁ କି ଦେଶରେ କରୋନାର ତୃତୀୟ ଲହର ଆସୁଥିବା ନେଇ ବିଶେଷଜ୍ଞମାନେ ସୂଚନା ଦେବା ପରେ କୋଭିଡ କଟକଣାକୁ ନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର । ତୃତୀୟ ଲହରରୁ ଦେଶବାସୀଙ୍କୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାର ଅନେକ ପ୍ରକାର ସତର୍କତା ଅବଲମ୍ବନ କରିଛନ୍ତି । ଏହାରି ମଧ୍ୟରେ କରୋନା ବିରୋଧୀ ଲଢେଇରେ ସବୁଠାରୁ ବଡ ଅସ୍ତ୍ର କୁହାଯାଉଥିବା ଟିକାକରଣକୁ ନେଇ ବି ଆକ୍ସନ ମୋଡରେ ଅଛନ୍ତି ସରକାର । ଦେଶର ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ନାଗରିକଙ୍କୁ କିଭଳି କମ ସମୟ ମଧ୍ୟରେ ଟିକା ଦିଆଯାଇ ପାରିବ ସେ ନେଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାସହ କିଭଳି ୧ ରୁ ୧୮ ବର୍ଷ ପିଲାମାନଙ୍କ ପାଇଁ ଟିକା ପ୍ରସ୍ତୁତ ହୋଇ ପାରିବ ତା ଉପରେ ବି ଜୋର ଦେଇଛନ୍ତି ।

ସୂଚନା ଥାଉକି ଡିସିଜିଆଇ ଭାରତରେ ୪ ଟି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାସହ ସେପ୍ଟେମ୍ବର ସୁଦ୍ଧା ଛୋଟ ପିଲାଙ୍କ ପାଇଁ ଟିକା ଆସିପାରେ ବୋଲି ଆଶା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe