ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା : ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ

143

କନକ ବ୍ୟୁରୋ : ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ । ଆଜି ୫ ଶହ ସେଂଟରରେ ଟିକାକରଣ ଚାଲିଛି । ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ସଂପୂର୍ଣ୍ଣ ବନ୍ଦ ରହିଛି । ଯାଜପୁର, ଭଦ୍ରକ, ପୁରୀ, ନୟାଗଡ, ସୋନପୁର, ଗଜପତି ବୌଦ୍ଧ, ଝାରୁସୁଗୁଡା, ସମ୍ବଲପୁର, ଢେଙ୍କାନାଳ , କୋରାପୁଟ ଭଳି ଜିଲ୍ଲାରେ ଟିକାକରଣ ହୋଇପାରୁନାହିଁ । କମ ଟିକା ଆସୁଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଟିକା ଦେବା ପାଇଁ କାଲି ପୁଣି ଚିଠି ଲେଖାଯାଇଛି । ବର୍ତମାନ ରାଜ୍ୟରେ ୬୧ ହଜାର କୋଭାକ୍ସିନ ଓ ୩ ଲକ୍ଷରୁ ଅଧିକ କୋଭିସିଲ୍ଡ ଅଛି । ଆଜି ୨ ଲକ୍ଷ କୋଭିସିଲ୍ଡ ଟିକା ଆସିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ସେପଟେ, ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା । ଦିନକୁ ଦିନ ବଢ଼ିବାର ଲାଗିଛି ସଂକ୍ରମଣଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରୁ ୧୭ଶହ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୩୫ ଜଣ ସଂକ୍ରମିତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୭୪୯ ରହିଛି । ଦୈନିକ ସଂକ୍ରମଣରେ ସୁନ୍ଦରଗଡ଼ରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ନୂଆପଡାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆପଡ଼ାରୁ ୩୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୪୧ ଜଣ ସଂକ୍ରମିତ ହୋଇଛନ୍ତି ।