ମୋଦିଙ୍କ ‘ମନ କୀ ବାତ୍’ରେ ଭ୍ୟାକ୍ସିନ୍ କଥା । ଭୁବନେଶ୍ୱରର ପୁଷ୍ପା ଶୁକ୍ଳାଙ୍କ ଟିକାକରଣକୁ ନେଇ ଚିଠି ସମ୍ପର୍କରେ କଲେ ଉଲ୍ଲେଖ । 

223
କନକ ବ୍ୟୁରୋ: ରେଡିଓରେ ମନକଥା କହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ‘ମନ୍ କି ବାତ୍’ର ୭୫ତମ ଏପିସୋଡ୍ ପାଇଁ ଶୁଭେଚ୍ଛା ଜଣାଇ କହିଛନ୍ତି, ରାଷ୍ଟ୍ରର ଉନ୍ନତି କାମନା ସହ କାର୍ଯ୍ୟ କରିବା ଆମର ଲକ୍ଷ୍ୟ । ଭାରତମାତାର କୋଳରେ ଅନେକ ମୂଲ୍ୟବାନ ରତ୍ନ ଅଛନ୍ତି । ଦେଶର ୭୫ ବର୍ଷ ପୁର୍ତ୍ତିରେ ଚାଲିଛି ଅମୃତ ମହୋତ୍ସବ । ଅନୁଶାସନର ଅଭୂତପୂର୍ବ ଉଦାହରଣ ଜନତା କର୍ଫ୍ୟୁ ।
କରୋନା ଯୋଦ୍ଧା ପାଇଁ ଦେଶବାସୀ ଏକାଠି ହୋଇପାରିଥିଲେ । ଦେଶରେ ଚାଲିଛି ବିଶ୍ୱର ସବୁଠୁ ବଡ ଟିକାକରଣ । ଭୁବନେଶ୍ୱରର ପୁଷ୍ପା ଶୁକ୍ଲା ଜୀ ଟୀକାକରଣ କାର୍ଯ୍ୟକ୍ରମର ଫଟୋଗ୍ରାଫ ବିଷୟରେ ମୋତେ ଲେଖିଛନ୍ତି । ସେ ଅନୁରୋଧ କରିଛନ୍ତି ଯେ ଟୀକାକରଣ ବିଷୟରେ ଘରର ବୃଦ୍ଧମାନଙ୍କ ମଧ୍ୟରେ ଦେଖାଯାଉଥିବା ଉତ୍ସାହକୁ ମୁଁ ମନ କି ବାତରେ ଆଲୋଚନା କରିବା ଉଚିତ୍ । ଭ୍ୟାକ୍ସିନ୍ ସେବାକୁ ନେଇ ଅନେକ ଚିଠି ମୋ ପାଖକୁ ଆସିଛି । ଦେଶର କିଛି ଶତାୟୁ ଟିକାକରଣରେ ସାମିଲ ହୋଇଛନ୍ତି । ଯାହା ଟୀକାକରଣ ଦିଗରେ ଏକ ବଡ଼ ସଫଳତା ଆଣିବ ।