ଲଗାତାର ୪୦ ହଜାର ଉପରେ ଦେଶରେ ଦୈନିକ ସଂକ୍ରମଣ । ରାଜ୍ୟରେ କେତେ ଜାଣନ୍ତୁ…

136

କନକ ବ୍ୟୁରୋ : ଦେଶରେ ଲଗାତାର ୪୦ ହଜାର ଉପରେ ଆସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୪୨ ହଜାର ୭୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୩୦୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ୨୪ ଘଂଟାରେ ୩୮ ହଜାର ୯୧ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୦ ହଜାର ୪୮ରେ ପହଂଚିଛି । କେରଳରେ ୨୪ ଘଂଟାରେ ୨୯ ହଜାର ୬୮୨ ନୂଆ ମାମଲା ସାମ୍ନାକୁ ଆସିଛି । ଦେଶରେ ବର୍ତମାନ ସୁଦ୍ଧା ୬୮ କୋଟି ୪୬ ଲକ୍ଷ ୯୬ ହଜାର କରୋନା ଡୋଜ ଦିଆ ସରିଛି ।
ଏପଟେ, ରାଜ୍ୟରେ ପୁଣି ୧୩୧ ପିଲାଙ୍କୁ କରୋନା । ଗତ ୨୪ ଘଂଟା ଭିତରେ ୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୬୭ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୩୩୮ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ । ଖୋର୍ଦ୍ଧାରୁ ସର୍ବାଧିକ ୩୪୬, କଟକରୁ ୯୮, ବାଲେଶ୍ୱରରୁ ୩୦ ,ମୟୂରଭଂଜରୁ ୩. ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ଘଂଟା ଭିତରେ ୭୨ ହଜାର ୪୧୨ ନମୂନା ପରୀକ୍ଷା ହୋଇଛି । ପଜିଟିଭ ହାର ରହିଛି ୧ ଦଶମିକ ୧୧ ପ୍ରତିଶତ । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୧ହଜାର ୫୫୮କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୯ଲକ୍ଷ ୯୬ ହଜାର ୩୦୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ହଜାର ୧୫୮ରହିଛି ।