ବାଲେଶ୍ୱରରେ ଆଉ ୨ ଆକ୍ରାନ୍ତ ଚିହ୍ନଟ । ଜଣେ ପୁରୁଷ, ଜଣେ ମହିଳାଙ୍କ ନମୂନାରେ କରୋନା ପଜିଟିଭ । ୧୦ରେ ପହଞ୍ଚିଲା ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ପୂରା ଓଡିଶାରେ ପଜିଟିଭ ସଂଖ୍ୟା ୮୯କୁ ବୃଦ୍ଧି

2,484

କନକ ବ୍ୟୁରୋ: ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱରରେ ଚିହ୍ନଟ ହେଲେ ଆଉ ୨ ପଜିଟିଭ । ୨ ଜଣଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ । ତେବେ ୨ ନୂଆ ଆକ୍ରାନ୍ତ ପରେ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଲା । ନୂଆ ୨ ଆକ୍ରାନ୍ତ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା । ୫୫ ବର୍ଷୀୟ ମହିଳା ଓ ୩୬ ବର୍ଷୀୟ ଯୁବକଙ୍କ ନମୂନାରେ କରୋନା ପଜିଟିଭ । ତେବେ ଉଭୟ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସ୍ପଷ୍ଟ କଲେ ସରକାର ।

ସେପଟେ ବାଲେଶ୍ୱରର ଆଉ ୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଲା । ବର୍ତ୍ତମାନ ଓଡିଶାରେ ସକ୍ରିୟ ସଂଖ୍ୟା ୫୫ ଥିବାବେଳେ ସେଥିରୁ ୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଆଜି ଯାଜପୁରରେ ଆଉ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ଦଶରଥପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୩ ଜଣ ଯାଜପୁରର । ତେବେ ନୂଆ ୪ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ ଓ ୩ ଜଣ ମହିଳା । ସେମାନଙ୍କ ମଧ୍ୟରେ ୪୮ ବର୍ଷୀୟ ମହିଳା, ୭୦ ବର୍ଷୀୟ ବୃଦ୍ଧା, ୮୦ ବର୍ଷୀୟ ବୃଦ୍ଧା ଏବଂ ୨୧ ବର୍ଷୀୟ ଯୁବକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ୪ ଜଣ କୋଲକାତା ଫେରନ୍ତା ପୂର୍ବ ଆକ୍ରାନ୍ତଙ୍କ ପରିବାର ଲୋକ ବୋଲି ସୂଚନା ଦେଇଥିଲେ ସରକାର ।