ଆଜି ଗୋଟିଏ ଦିନରେ ରାଜ୍ୟରେ ୩୪ କରୋନା ଆକ୍ରାନ୍ତ ଚିହ୍ନଟ । ଦିନକରେ ରେକର୍ଡ ସଂଖ୍ୟକ ନମୂନା ପଜିଟିଭ ଆସିବା ପରେ ବଢିଲା ଚିନ୍ତା । ମୁଣ୍ଡ ବିନ୍ଧାଇଲେ ସୁରତ ଫେରନ୍ତା । ୨୧୯ରେ ପହଞ୍ଚିଲା ରାଜ୍ୟର ମୋଟ ପଜିଟିଭ ସଂଖ୍ୟା

354

କନକ ବ୍ୟୁରୋ: ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ନମୁନା ପଜିଟିଭ୍ ଆସିଛି । ଦିନକରେ ମୋଟ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ଗଞ୍ଜାମରୁ ୨୪ଜଣ, ମୟୂରଭଞ୍ଜରୁ ୪ଜଣ, ବାଲେଶ୍ୱରରୁ ୨ ଜଣ, ଜଗତସିଂହପୁରରୁ ଜଣେ ଓ ଭୁବନେଶ୍ୱରରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି । ମୋଟ ପଜିଟିଭ ୧୫୫ଟି ସକ୍ରିୟ କେସ ଥିବା ବେଳେ ୬୨ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ମୋଟ ୩୨ ଜଣ ସୁରତ ଫେରନ୍ତା କରୋନା ପଜିଟିଭ ରହିଥିବା ଜଣାପଡିଛି । ଆଜି ହିଁ ୨୩ଜଣ ସୁରତ ଫେରନ୍ତାଙ୍କ ଠାରେ କରୋନା ପଜିଟିଭ ଥିବା ଜଣାପଡିଛି । ତେବେ ଆଜି ସକାଳେ ଗଞ୍ଜାମରେ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ୭ ଜଣ ନୂଆ ଆକ୍ରାନ୍ତ ଆସିବା ପରେ ଆଜି ଦିନକରେ ଜିଲ୍ଲାରେ ୨୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ୭ ଜଣ ଯାକ ଆକ୍ରାନ୍ତ ପୁରୁଷ । ସେମାନଙ୍କ ବୟସ ୪୩, ୪୮, ୨୫, ୨୯, ୩୯, ୨୫, ଏବଂ ୬୦ ବର୍ଷ । ଗଞ୍ଜାମ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ।

ସେପଟେ ଭୁବନେଶ୍ୱରରୁ ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଜଣ ଯାକ ପୁରୁଷ ହୋଇଥିବା ବେଳେ ସେମାନେ ମଞ୍ଚେଶ୍ୱର, ଭିଏସଏସନଗର, ସୂର୍ଯ୍ୟନଗରର ଜଣାପଡିଛି । ତେବେ ସେମାନଙ୍କ ବୟସ ଯଥାକ୍ରମେ ୩୬, ୩୪, ୬୭ ବର୍ଷ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ତେବେ ବର୍ତ୍ତମାନର ନୂଆ ୧୦ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ୨୧୯ରେ ପହଞ୍ଚିଲା ପଜିଟିଭ ସଂଖ୍ୟା