କନକ ବ୍ୟୁରୋ: ଶରୀରରେ କେମିତି ହୁଏ କରୋନା ସଂକ୍ରମଣ ? ଆମ ଶରୀର ଭିତରକୁ କେମିତି ପଶେ ଭୂତାଣୁ ? ଆଉ କେମିତି ଆମ ଫୁସଫୁସକୁ ନଷ୍ଟ କରିଦିଏ କରୋନା ଭୂତାଣୁ? ମଣିଷ ଶରୀରକୁ ଭାଇରସ ସଂକ୍ରମଣର ପଥ ଦେଖାଇବା ସହ ଫୁସଫୁସକୁ କେମିତି କବଜା କରିନିଏ କରୋନା ତାହାକୁ ବୁଝାଇବାକୁ ଯାଇ ଏକ ଭିଡିଓ ଦେଖାଇଥିଲେ ସୁବ୍ରତ ।

Advertisment

publive-image

ତେବେ ଭିଡିଓ ଜରିଆରେ ସୁବ୍ରତ ବୁଝାଇଛନ୍ତି କି ଆମ ଶରୀରରେ ପ୍ରାୟ ୩୭ ଲକ୍ଷ କୋଟି ଜୀବକୋଷ ବା ସେଲ ରହିଛି । ପ୍ରତ୍ୟେକ ସେଲ ଭିନ୍ନ ଭିନ୍ନ କାମ କରୁଛନ୍ତି । ତେବେ ଆମର ନିଶ୍ୱାସ ପ୍ରଶ୍ୱାସ ଦେଇ କରୋନା ଭୂତାଣୁ ଫୁସଫୁସକୁ ପଶେ । ନାକ, ପାଟି ଦେଇ ଶ୍ୱାସନଳୀ ମାଧ୍ୟମରେ ଫୁସଫୁସକୁ ପଶେ ଭୂତାଣୁ । ଆଉ ପଶିବା ମାତ୍ରେ ସାଙ୍ଗେ ସାଙ୍ଗେ କରୋନା ଭୂତାଣୁ ଫୁସଫୁସର ଜୀବକୋଷକୁ ଅକ୍ତିଆର କରିନିଏ । ଜୀବକୋଷ ଉପରେ ଭୂତାଣୁ ପ୍ରଭାବ ପକାଏ ଓ ପରେ ଭୂତାଣୁର ଫ୍ୟାକ୍ଟ୍ରି ତିଆରି କରେ । ସଂକ୍ରମଣ ରୋକିବାକୁ ସରକାର ଟେଷ୍ଟିଂ କିଟ୍ ଯୋଗାଡ କରିଦେବେ । କୋଭିଡ ହସ୍ପିଟାଲ କରିଦେବେ କିନ୍ତୁ ନିଜ ଶରୀର କଥା ନିଜକୁ ହିଁ ବୁଝିବାକୁ ପଡିବ । ତେଣୁ ସାମାଜିକ ଦୂରତା ବଜାୟ ରଖନ୍ତୁ, ଶୋଇବା ପୂର୍ବରୁ ନିଜ ଶ୍ୱାସନଳୀ ଓ ଫୁସଫୁସ କଥା ଭାବନ୍ତୁ ବୋଲି କହି ସୁବ୍ରତ ସତର୍କ କରାଛନ୍ତି । ତେବେ ଦେଖନ୍ତୁ କେମିତି ଫୁସଫୁସକୁ କବଜା କରେ କରନା ଭାଇରସ ?