ରାଜ୍ୟରେ ୧୦ ହଜାର ମୁହାଁ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୯୮୮୯ ନୂଆ ଆକ୍ରାନ୍ତ ଚିହ୍ନଟ, ସେପଟେ ଆଜି ରାଜ୍ୟର ୧୫ ଜିଲ୍ଲାରେ ଟିକାକରଣ ବନ୍ଦ

222

କନକ ବ୍ୟୁରୋ : ରାଜ୍ୟରେ ଚିନ୍ତା ବଢାଉଛି କରୋନା ସଂକ୍ରମଣ । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ମୁହାଁ । ଗତ ୨୪ ଘଂଟାରେ ୯୮୮୯  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ ମାମଲା ଚିହ୍ନଟ ହୋଇଛି । ସେହିପରି ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଯାଇଛି । ଦିନକରେ ସୁନ୍ଦରଗଡରେ ୧ ହଜାର ୧୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୭୯୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ଟି ଜିଲ୍ଲାରେ ସଂକ୍ରମଣ ୪ଶହ ଉପରେ ରହିଛି ।  ବରଗଡରୁ ୪୮୩, ସମ୍ବଲପୁର ୪୭୦, ଅନୁଗୁଳ ୪୪୩, ପୁରୀ ୪୩୬ ଓ କଳାହାଣ୍ଡିରୁ ୪୧୪ ନୂଆ ମାମଲା ଆସିଛି । ଝାରସୁଗୁଡା ୩୮୬, ନୂଆପଡା ୩୩୫,  ବଲାଙ୍ଗିର ୩୨୬, ଗଂଜାମ ୩୧୦, ଯାଜପୁର ୨୮୨, ମୟୂରଭଂଜ ୨୪୩ ଓ ନୟାଗଡରୁ ୨୨୩ ଜଣଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଛି ।

ସେପଟେ ଆଜି ୧୫ଟି ଜିଲ୍ଲାରେ ଟିକାକରଣକୁ ବନ୍ଦ ରଖିଛନ୍ତି ରାଜ୍ୟ ସରକାର । ଏହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଦେଓଗଡ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ରାୟଗଡା , ସମ୍ବଲପୁର ଓ ସୋନପୁର । ଟିକା ଅଭାବ ଯୋଗୁଁ ଏହି ୧୫ ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ରାଜ୍ୟରେ ୧ଲକ୍ଷ ୯ ହଜାର ୫୭୦ ଡୋଜ କୋଭିସିଲଡ ଓ ୩ଲକ୍ଷ ୯ହଜାର ୫୦ଡୋଜ କୋଭାକ୍ସିନ ଉପଲବ୍ଧ ଅଛି । ଅନ୍ୟପଟେ ରାଜ୍ୟର ମାତ୍ର ୯୧ଟି ଅଧିବେଶନରେ ଟିକା କରଣ ଚାଲିଛି । ଟିକା ଅଭାବରୁ ଗତକାଲି ୧୧ ଜିଲ୍ଲା ଓ ଆଜି ୧୫ ଜିଲ୍ଲାରେ ଟିକାଦାନ ବନ୍ଦ ରହିଛି ।