କନକ ବ୍ୟୁରୋ : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୨ଶହ ୪୩ ନୂଆ ସଂକ୍ରମିତ । ସଂଗରୋଧ କେନ୍ଦ୍ରରୁ ୭୧୮ ଜଣ ଚିହ୍ନଟ ହୋଇଥିବା ବେଳେ ୫୨୫ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬୯ହଜାର ୪୨୭ ନମୂନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ରେଟ ରହିଛି ୧ ଦଶମିକ ୭୯ ପ୍ରତିଶତ ।

Advertisment

ଖୋର୍ଦ୍ଧାରୁ ସର୍ବାଧିକ ୩୯୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୭୭, ଜଗତସିଂହପୁରରୁ ୮୮, ଯାଜପୁରରୁ ୫୦, ବାଲେଶ୍ୱରରୁ ୪୯ , ପୁରୀରୁ ୬୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ କରୋନା କଟକଣାକୁ ଲୋକେ ଉଲଂଘନ କରୁଥିବାର ଦେଖିବାକୁ ମିଳିଛି । ଆଜି ରବିବାର ସଟଡାଉନ୍ ଥିବା ବେଳେ ଭୁବନେଶ୍ୱର ୟୁନିଟ୍-୪ ମାଛ ମାର୍କେଟରେ ଦୋକାନ ବଜାର ଖୋଲି ବିକ୍ରିବଟା ଚାଲିଥିଲା । ଯେଉଁଥି ପାଇଁ ବିଏମସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୟୁନିଟ୍-୪ ମାଛ ମାର୍କେଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି ।