କନକ ବ୍ୟୁରୋ : ଦେଶରେ ଥମୁନି କରୋନାର ବେଗ । ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ ୫୦ ହଜାରକୁ ଟପିଯାଇଛି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ ୫୦ ହଜାର ୪୩୧ରେ ପହଂଚିଛି । ଟାଇମ୍ସ ଅଫ୍ ଇଣ୍ଡିଆ ଓ ୱାର୍ଲଡୋମିଟରର ତଥ୍ୟ ଅନୁସାରେ ଗୋଟିଏ ଦିନରେ ୬୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଲଗାତର ତୃତୀୟ ଦିନ ପାଇଁ ୬୦ ହଜାରରୁ ଅଧିକ ନୂଆ ଆକାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ୨୪ ଘଂଟାରେ କରୋନା ୮୮୪ ଜଣଙ୍କର ଜୀବନ ନେଇଛି ।

Advertisment

ଏଯାଏଁ ଦେଶରେ କରୋନାରେ ମୋଟ୍ ୪୩ ହଜାର ୩୯୭ ଜଣଙ୍କ ଜୀବନ ଗଲାଣି । ଭାରତରେ ଏଯାଏଁ ୧୪ ଲକ୍ଷ ୭୯ ହଜାରରୁ ଅଧିକ ସୁସ୍ଥ ହେଲେଣି । ୱାଲର୍ଡୋମିଟର ତଥ୍ୟ ଅନୁସାରେ ୨୪ ଘଂଟାରେ ଭାରତରେ ହିଁ ସବୁଠୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଛି । ଭାରତରେ ଏହା ୬୫ ହଜାରରୁ ଅଧିକ ହୋଇଥିବା ବେଳେ ଆମେରିକାରେ ୪୮ ହଜାର ୬ ଶହ ଓ ବ୍ରାଜିଲରେ ୪୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଶ୍ୱରେ ଏଯାଏଁ ମୋଟ୍ ଏକ କୋଟି ୯୪ ଲକ୍ଷ ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ୭ ଲକ୍ଷ ୨୧ ହଜାର ଲୋକଙ୍କ ଜୀବନ ଗଲାଣି । ପ୍ରାୟ ୧ କୋଟି ୧୭ ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।