୨୪ ଘଂଟାରେ ୨୬୭୩ ପଜିଟିଭ୍ ଚିହ୍ନଟ । ସେପଟେ ପୁଣି ୧୬ ଜଣଙ୍କ ମୁଣ୍ଡ ନେଲା କରୋନା

570

କନକ ବ୍ୟୁରୋ : ବଢିଚାଲିଛି କରୋନା ଗ୍ରାଫ୍ । ୨୪ ଘଂଟାରେ ରାଜ୍ୟର ୩୦ ଜିଲ୍ଲାରୁ ୨୬୭୩ ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୫୫୪ ଓ ସ୍ଥାନୀୟ ଅଂଚଳରୁ ୧୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ତେବେ ଲଗାତାର ଭାବରେ ମୁଣ୍ଡ ପରେ ମୁଣ୍ଡ ନେଉଛି କରୋନା । ମିଳିଥିବା ସୂଚନା ଅନୁସାରେ ଆଜି ରାଜ୍ୟରେ ମୋଟ୍ ୧୬ ଜଣଙ୍କ ମୁଣ୍ଡ ନେଇଛି କରୋନା ।

ଖୋର୍ଦ୍ଧାରୁ ସର୍ବାଧିକ ୪ଶହ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡ଼ାରୁ ୧୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୂଆପଡ଼ାରୁ ୧୫୯ , ପୁରୀରୁ ୧୨୪, ମୟୁରଭଂଜରୁ ୧୦୦, ନବରଙ୍ଗପୁରରୁ ୭୨, ସମ୍ବଲପୁରରୁ ୭୩, ସୁନ୍ଦରଗଡ଼ରୁ ୮୮, ଷ୍ଟେଟ ପୋଲରୁ ୮୬, ଯାଜପୁରରୁ ୮୮, ଝାରସୁଗୁଡ଼ାରୁ ୬୮, ଜଗତସିଂହପୁରରୁ ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳରୁ ୪୪, କେନ୍ଦୁଝରରୁ ୫୧, କୋରାପୁଟରୁ ୩୯, କଳାହାଣ୍ଡିରୁ ୭୭, ଗଂଜାମରୁ ୪୪, ସୋନପୁରରୁ ୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୩୮ହଜାର ୩ କୁ ବୃଦ୍ଧି ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୨ଲକ୍ଷ ୬ହଜାର ୪ଶହ ସୁସ୍ଥ ହୋଇଥିବା ବେଳେ ୩୦ହଜାର ୬୧୦ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ସେପଟେ କରୋନା କାରଣରୁ ଆଜି ୧୬ଜଣଙ୍କର ମୃତ୍ୟୁ ହୋଇଛି । ଆଜି ସର୍ବାଧିକ ବାଲେଶ୍ୱର ଜିଲ୍ଲାରୁ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳରୁ ଜଣେ ଏବଂ ଭୁବନେଶ୍ୱରରୁ ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବୌଦ୍ଧରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୟୁରଭଂଜରୁ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ କଟକରୁ ମଧ୍ୟ ୨ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି । ସେହିପରି ନବରଙ୍ଗପୁର, ପୁରୀ, ନୟାଗଡ଼ ଏବଂ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।