ଦେଶରେ ୬୪୯ରେ ପହଞ୍ଚିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୩ ଜଣଙ୍କ ଗଲାଣି ପ୍ରାଣ, ଏପଟେ ରାଜ୍ୟରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ହୋଇନାହିଁ ବୃଦ୍ଧି

2,665

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୯ରେ ପହଞ୍ଚିଲାଣି । ଆଉ ମୃତକଙ୍କ ସଂଖ୍ୟା ୧୩ ଛୁଇଁଲାଣି । ବର୍ତମାନ ପର୍ଯ୍ୟନ୍ତ ବି ଆମ ଦେଶ ଭାରତ ଷ୍ଟେଜ ୩ କୁ ଯାଇନାହିଁ । ଅର୍ଥାତ ଦେଶ ଷ୍ଟେଜ୨ରେ ହିଁ ରହିଛି । ତେବେ ସାରା ବିଶ୍ୱ କଥା ଯଦି ଆମେ ଦେଖିବା ତେବେ କ୍ରମାଗତ ଭାବରେ ଏହି ସଂଖ୍ୟାରେ ବହୁମାତ୍ରାରେ ବୃଦ୍ଧି ହେଉଛି । ଗତକାଲି ଏହି ସମୟରେ ଯେତିକି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଥିଲା ଆଜିର ଏହି ସମୟରେ ତାହା ବହୁଗୁଣାରେ ବଢିଯାଇଛି । ବର୍ତମାନ ସୁଦ୍ଧା ୧୯୮ ଦେଶକୁ ଏହି ମହାମାରୀ ବ୍ୟାପିଗଲାଣି । ତେବେ ଆମେ ଯଦି ଆମ ରାଜ୍ୟ କଥା ଉପରେ ନଜର ପକାଇବା ତେବେ ନିହାତି ଆଶ୍ୱସ୍ତିକର ଖବର ମିଳିବ ।

କାହିଁକି ନା ରାଜ୍ୟରେ ବଢିନାହିଁ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତମାନ ସୁଦ୍ଧା ସେହି ୨ରେ ହିଁ ଅଟକିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେମାନେ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ହସ୍ପିଟାଲରୁ ମିଳୁଥିବା ସାଧାରଣ ଖାଦ୍ୟ ଖାଉଥିବା ନେଇ ସୂଚନା ମିଳିଛି । ତେବେ ଆଗାମୀ ଦିନରେ ସେହି ସଂଖ୍ୟାରେ ଯେ, ବୃଦ୍ଧି ହେବ ନାହିଁ ତାହାର ଗ୍ୟାରେଣ୍ଟି ମଧ୍ୟ କେହି ଦେଇପାରିବେ ନାହିଁ । ମହାମାରୀକୁ ରାଜ୍ୟରେ ପ୍ରତିରୋଧ କରିବା ଲାଗି ତାଲା ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ନିୟୟକୁ ଲୋକମାନେ ମାନିଲେ କରୋନାକୁ ରୋକାଯାଇପାରିବ ବୋଲି କୁହାଯାଉଛି ।