କରୋନକୁ ନେଇ ମାଲକାନଗିରିରୁ ଆସିଲା ଭଲ ଖବର । ମହାମାରୀ ଭୂତାଣୁକୁ  ମାତ ଦେଲେ ୭୫ ବର୍ଷିୟ ମହିଳା, ୧୧ ଦିନ ଆଇସିୟୁରେ ରହିବା ପରେ ହେଲେ ସୁସ୍ଥ

ରାଜ୍ୟରେ କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ମାଲକାନଗିରିରୁ ଆସିଲା ଖୁସି ଖବର

209

କନକ ବ୍ୟୁରୋ: ରାଜ୍ୟରେ କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ମାଲକାନଗିରିରୁ ଆସିଲା ଖୁସି ଖବର । କରୋନାକୁ ମାତ ଦେଲେ ଜଣେ ୭୫ ବର୍ଷିୟ ବୃଦ୍ଧା । 

ସୂଚନା ଅନୁଯାୟୀ, ମାଲକାନଗିରି ଗତ କିଛି ଦିନ ପୂର୍ବରୁ ଜଣେ ବୃଦ୍ଧାଙ୍କ କରୋନା ପଜିଟିଭ୍ ବାହାରିଥିଲା । ଛାତିରେ ଯନ୍ତ୍ରଣା ହେଉଥିଲା ଏବଂ ନିଶ୍ୱାସପ୍ରସ୍ୱାସ ନେବାରେ ଅସୁବିଧା ହେଉଥିଲା । ବଡ଼ କଥା ହେଉଛି ଏହି ବୟସ୍କା ମହିଳା ଜଣକ ପକ୍ଷଘାତ ରୋଗରେ ପୀଡ଼ିତ ଥିଲେ ସୁଦ୍ଧା ମହାମାରୀ କରୋନା ଭୂତାଣୁକୁ ପରାସ୍ତ କରିଛନ୍ତି । ୧୧ ଦିନ ଧରି ଆଇସିୟୁରେ ରହି ଚିକିତ୍ସା ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏହି ବୃଦ୍ଧା ମହିଳା । ଉପାନ୍ତ ମାଲକାନଗିରି ଜିଲ୍ଳାରୁ ଆସିଛି କରୋନା ଲଢ଼େଇର ଏକ ସଫଳ କାହାଣୀ । କରୋନା ବିରୋଧରେ ସାରା ଓଡ଼ିଶା ଲଢ଼େଇ କରୁଥିବା ବେଳେ ମାଲକାନଗିରିରୁ ଆସିଥିବା ଏହି ଖବର ନିଶ୍ଚିତ ଭାବରେ କରୋନା ରୋଗୀ ଏବଂ କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବ ।