ସଂକ୍ରମଣ କମୁଛି, କମୁନି ମୃତ୍ୟୁ । ୨୪ ଘଂଟାରେ ରାଜ୍ୟରେ ୨୧ ଶହ ୩୮ ନୂଆ ଆକ୍ରାନ୍ତ : ୧୭ ମୃତ୍ୟୁ

Advertisment
ସଂକ୍ରମଣ କମୁଛି, କମୁନି ମୃତ୍ୟୁ । ୨୪ ଘଂଟାରେ ରାଜ୍ୟରେ ୨୧ ଶହ ୩୮ ନୂଆ ଆକ୍ରାନ୍ତ : ୧୭ ମୃତ୍ୟୁ

କନକ ବ୍ୟୁରୋ : ରାଜ୍ୟରେ ଗତ ୨୪ ଘଂଟାରେ ୨ ହଜାର ୧୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧ ହଜାର ୨୫୧ ଜଣ ଏବଂ ସ୍ଥାନୀୟ ଅଂଚଳରୁ ୮୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ସର୍ବାଧିକ ୩୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଂଜରୁ ୧୧୯, ସୁନ୍ଦରଗଡରୁ ୧୩୭, କଟକରୁ ୧୫୬ ଅନୁଗୁଳ ଜିଲ୍ଲାରୁ ୧୫୧ ଜଣ ଆକନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଜଗତସିଂହପୁରରୁ ୬୬, କେନ୍ଦ୍ରାପଡାରୁ ୭୨, ବଲାଙ୍ଗିରରୁ ୭୯, ବଗରଡରୁ ୭୩, ଯାଜପୁରରୁ ୭୧, ମାଲକାନଗିରିରୁ ୫୫, ଝାରସୁଗୁଡାରୁ ୫୫, କଳାହାଣ୍ଡିରୁ ୫୧, ଢେଙ୍କାନାଳରୁ ୩୮, ନୂଆପଡାରୁ ୪୧, ନୟାଗଡରୁ ୩୧, ନବରଙ୍ଗପୁରରୁ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ୬୪ ହଜାର ୧୪୯କୁ ବୃଦ୍ଧି ହୋଇଛି ।

ବର୍ତମାନ ରାଜ୍ୟରେ ଆକ୍ଟିଭ୍ ସଂଖ୍ୟା ୨୪ ହଜାର ୪୫୭ ରହିଛି । ସୁସ୍ଥ ସଂଖ୍ୟା ୨ ଲକ୍ଷ ୩୮ ହଜାର ୫୩୫ ରହିଛି । ସେହିପରି ରାଜ୍ୟରେ ଏବେ କରୋନା ମୃତ୍ୟୁ ସଂଖ୍ୟା ୧୧ ଶହ ଟପିଛି । ଗତ ୨୪ ଘଂଟାରେ ୧୫ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ପରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧ ହଜାର ୧୦୪କୁ ବୃଦ୍ଧି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe