ଓଡିଶାରେ ୪୩୭ରେ ପହଁଚିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ୨୩ ପଜିଟିଭ୍ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା । ସେପଟେ ଯାଜପୁରର ୩୧ ଜଣ ସୁସ୍ଥ ହୋଇଥିବା ଜଣାଇଲେ ସରକାର

1,484

କନକ ବ୍ୟୁରୋ : କିଛି ଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବାବେଳେ ଗତକାଲି ଚିହ୍ନଟ ହୋଇଛନ୍ତି ୨୩ ନୂଆ ପଜିଟିଭ । ତେବେ ବାଲେଶ୍ୱରରୁ ୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨ ଜଣ ସୁରତରୁ ଫେରିଥିବା ଜଣାପଡିଛି । ବର୍ତମାନ ବାଲେଶ୍ୱରର ମୋଟ ଆକ୍ରାନ୍ତ ସଂଖ୍ୟା ୫୭ରେ ପହଂଚିଛି । ସେପଟେ ଗତକାଲି ଗଂଜାମ ଓ ଯାଜପୁରରୁ ୩ ଲେଖାଏଁ , ପୁରୀ ଓ ବୌଦ୍ଧରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଛି । ଗତକାଲି ଗଞ୍ଜାମରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଳ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଁଚିଛି ।

ବୌଦ୍ଧରେ ୫ ଓ ପୁରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଚିଂଛି । ରାଜ୍ୟରେ ଏଯାଏ ୬୮ ହଜାର ୫୭ଟି ନମୂନା ପରୀକ୍ଷା ହୋଇଛି । ୩୪୯ ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ଜଣଙ୍କର ଏଯାଏଁ ମୃତ୍ୟୁ ହୋଇଛି । ଅନ୍ୟପଟେ ଗତକାଲି ୩୧ ଜଣ ସୁସ୍ଥ ହୋଇ ଫେରିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ସମସ୍ତ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଜିଲ୍ଲାରେ ବର୍ତମାନ ସୁଦ୍ଧା ୬୪ ଆକ୍ରାନ୍ତ ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ଯାଜପୁରର ୩୧ ଜଣ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।